ମାଲକାନଗିରି: କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାଦ୍ରିନଗର ପଞ୍ଚାୟତ ନୀଳାଦ୍ରିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଉମାପ୍ରସାଦ ଦାସ , ସଭାପତି ଭାବରେ କରୁକୋଣ୍ଡା ଶିକ୍ଷା ଅଧିକାରୀ ଅସିତ କୁମାର ମିସ୍ତ୍ରୀ , ସମ୍ମାନିତ ଅତିଥି ବିଦ୍ୟାଳୟ ସଭାପତି ଦେବେନ୍ଦ୍ର ଜେନା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ରାଉତ ପ୍ରମୁଖ ମଞ୍ଚାସିନ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶ୍ରୀ ରାଧାକିର୍ଶନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୋଜିତ କଳାକୃତିକୁ ପରିଦର୍ଶନ କରିଥିଲେ । ସାଧାରଣ ସଭାରେ ପ୍ରଥମେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠକରିଥିଲେ ଏହାପରେ ମୁଖ୍ୟ ଅତିଥି ସାଂସଦ ମହୋଦୟ ନିଜର ବକ୍ତବ୍ୟ ରେ ରଖିଥିଲେ ଏଥି ସହିତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ କାର୍ଯ୍ୟକ୍ରମ କୁ ଆସିଥିବା ଅଭିଭାବକ ଅଭିଭାବିକା ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ଯେ ପ୍ରଥମ କରି ବାର୍ଷିକ ଉତ୍ସବ ରେ ଜଣେ ସାଂସଦ ବିଦ୍ୟାଳୟ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ତତ୍ ସହିତ ପିଲାଙ୍କ ସହିତ କଥାବାର୍ତ୍ତାରୁ ଜାଣିପାରିଥିଲେ ବିଦ୍ୟାଳୟ ର ବିଭିର୍ଣ୍ଣ ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଭାକର୍ଯ୍ୟ ଶେଷ ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
