ମହିଳା ସଶକ୍ତିକରଣର ନିଦର୍ଶନ ସୁଭଦ୍ରା ଶକ୍ତି ମେଳା…

add-all

ମାଲକାନଗିରି, ୨୭/୨/୨୫:ରାଜ୍ୟ ସରକାର ମହିଳା ମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ନିମନ୍ତେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ। ସେହି ପରୀପ୍ରେକ୍ଷୀରେ ରାଜ୍ୟ ସରକାର ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଜିଲ୍ଲାରେ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରାଯାଇଛି। ମାଲକାନଗିରି ଜିଲ୍ଲା ଡିଏନକେ ଖେଳ ପଡିଆ ଠାରେ ୨୮ ଫେବୃଆରି ଅର୍ଥାତ୍ ଶୁକ୍ରବାର ଦିନ ଏହି ମେଳାକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ବାଲିମେଳା ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ପ୍ରଦୀପ ନାୟକ ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ମଞ୍ଚରେ ଉପସ୍ଥିତ ଥିଲେ । ଏହି ଯୋଜନା ମହିଳାମାନଙ୍କୁ ସଶକ୍ତ କରିବା ସହ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବାରେ ସହାୟକ ହୋଇପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନେକ ମହିଳା ଉଦ୍ୟୋଗୀଙ୍କୁ ମଞ୍ଚ ପ୍ରଦାନ କରିବାରେ ଏହି ମେଳା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଏହି ଅବସରରେ ଲକ୍ଷପତି ହୋଇଥିବା ମହିଳା ଉଦ୍ୟୋଗୀଙ୍କୁ ମାନଙ୍କୁ ସମ୍ମାନୀତ କରାଯାଇଛି। ପ୍ରଥମ ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ରିଞ୍ଜଡି ଢେମସା, ପଡିଆ ବ୍ଳକର କୋୟା ନୃତ୍ୟ ସହ ଅନ୍ୟାନ୍ୟ ପାରମ୍ପାରିକ ନୃତ୍ୟ ପରିବେଷଣ ହୋଇଥିଲା। ବିଭିନ୍ନ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନେ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରିଥିଲେ। ଏହି ମେଳାର ଦ୍ଵିତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଏପିଡି ଆଡମିନ୍ ରାମଚନ୍ଦ୍ର ଖଡିଆ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ। ଦ୍ଵିତୀୟ ସନ୍ଧ୍ୟାରେ ପଶ୍ଚିମ ବଙ୍ଗ କୋଲକାତାର କଣ୍ଠଶିଳ୍ପୀ ତ୍ରିଶା ଚାଟାର୍ଜୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ତ୍ରିଶାଙ୍କ ବଙ୍ଗାଳୀ ଓ ବଲିଉଡ ସଙ୍ଗୀତ ଏହି ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିଥିଲା।

ad-week
Leave A Reply

Your email address will not be published.