ଏନ ଏ ସି ପକ୍ଷରୁ ସାର୍ଟିଫାୟେ କପି ନଦେବାରୁ ଅଫିସ୍ ସମ୍ମୁଖରେ ଧାରଣାରେ ବସିଲେ କାଉନସିଲର…

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଲିମେଳା ଏନ୍ ଏ ସି ରେ ଏକ ନମ୍ୱର ୱାର୍ଡର କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ତେବେ କାଉନସିଲର ଲକ୍ଷ୍ମୀ ପଟ୍ଟନାୟକଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଗତ ଫେବୃଆରୀ ମାସ ୨୫ତାରିଖ ଦିନ ଉପାଧ୍ୟକ୍ଷ ରଶ୍ମିତା ବାଙ୍କା ଙ୍କ ନେତୃତ୍ୱରେ କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, କୃଷ୍ଣ ବାଘ, ସନ୍ତୋଷ ପଣ୍ଡା, ସୁନିତା ଗୁରୁ, ବିମଳ ବେହେରା, ତୁଳାମଣି ଛତ୍ତି, ମଙ୍ଗୁଳି ହିଆଲ ପ୍ରମୁଖ ଏନ୍ଏସି କାର୍ଯ୍ୟାଳୟକୁ ଯାଇ ଏନ୍ଏସି ନିର୍ବାହୀ ଅଧିକାରୀ ମୁନା ତୁର୍କୁଙ୍କୁ ସାକ୍ଷାତ କରି ପୁର୍ବରୁ ହୋଇଥିବା ରେଜୁଲେଶନ କପି ଗୁଡ଼ିକର ସାର୍ଟିଫାୟେ କପି ପ୍ରଦାନ କରିବାକୁ,ବାଲିମେଳା ଏନ୍ଏସିର ନୂତନ ସ୍ମାର୍ଟ ପାର୍କ ନିର୍ମାଣରେ ଦୁର୍ନୀତି, ୱାର୍ଡ ଗୁଡିକରେ ବନ୍ଦ ପଡିରହିଥିବା ଶୌଚାଳୟ ଏବଂ କାଉନସିଲର ମାନଙ୍କ ବିନା ଅନୁଗତରେ ହେଇଥିବା କାମ ଗୁଡିକ,ଏଭଳି ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ। ଏନେଇ ଏନ୍ଏସି ନିର୍ବାହୀ ଅଧିକାରୀ ମଧ୍ୟ କିଛି ଦିନ ମଧ୍ୟରେ ସେମାନଙ୍କୁ ସାର୍ଟିଫାୟେ କପି ପ୍ରଦାନ କରାଯିବା ସହିତ ଉପରୋକ୍ତ ସମସ୍ୟା ଗୁଡିକର ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଏନେଇ ୧୦ରୁ ଉର୍ଦ୍ଧ ଦିନ ବିତିଯାଇଥିଲେ,ଆଜି ସେମାନଙ୍କ ମଧ୍ୟରୁ କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ କାର୍ଯ୍ୟାଳୟକୁ ଯାଇ ସାର୍ଟିଫାୟେ କପି ପ୍ରଦାନ କରିବାକୁ କହିଥିଲେ, କିନ୍ତୁ ଜବାବ ମୁତାବକ କୌଣସି କାରଣରୁ ଏନ୍ଏସି କତୃପକ୍ଷ ସାର୍ଟିଫାୟେ କପି ପ୍ରଦାନ ନକରିବାରୁ କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏହାକୁ ପ୍ରତିବାଦ କରି କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଏହାକୁ ସମାଧାନ କରିବା ନିମନ୍ତେ ଏନ୍ଏସି ନିର୍ବାହୀ ଅଧିକାରୀ ମୁନା ତୁର୍କୁ କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସହିତ ଆଲୋଚନ କରି,୨ଦିନ ମଧ୍ୟରେ କାଉନସିଲର ମାନଙ୍କୁ ସାର୍ଟିଫାୟେ କପି ପ୍ରଦାନ କରିବେ ବୋଲି ଏକ ଲିଖିତ ଭାବରେ ପ୍ରତିଶୃତି ଦେଇଥିବା ଫଳରେ କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଧାରଣା ରୁ ଉଠିଥିଲେ।

Leave A Reply

Your email address will not be published.