ମାଲକାନଗିରି : ସ୍କୁଲ ଛାତ୍ରୀ ମାଆ ହେବା ଘଟଣାକୁ ନେଇ ଜିଲ୍ଲା କଂଗ୍ରେସର ଉଦବେଗ…

add-all

ମାଲକାନଗିରି : ରାଜ୍ୟରେ ପ୍ରତ୍ୟେକ ଦିନ ଘଟୁଥିବା ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାରକୁ ହୃଦୟଙ୍ଗମ କରି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।ପ୍ରଦେଶ କଂଗ୍ରେସ ତରଫରୁ ଏକ ତଥ୍ୟ ଅନୁଧ୍ୟାନକାରୀ ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଗତକାଲି ଚିତ୍ରକୋଣ୍ଡା ଏସ୍.ଏସ୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ବିଦ୍ୟାଳୟର କତୃପକ୍ଷଙ୍କ ସହ ନାବାଳିକା ଛାତ୍ରୀ ସନ୍ତାନ ଜନ୍ମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆବାସିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇ ନଥିଲା, ବିଦ୍ୟାଳୟର କର୍ମଚାରୀମାନଙ୍କ ଦାୟିତ୍ବହୀନତା ଓ ଅବହେଳା ଏବଂ ଛାତ୍ରୀମାନଙ୍କ ପ୍ରତି କର୍ତ୍ତବ୍ୟରେ ତ୍ରୁଟି ସ୍ପଷ୍ଟ ପ୍ରଦେଶ କଂଗ୍ରେସ ଅନୁଧ୍ୟାନକାରୀଙ୍କ ଦ୍ବାରା କୁହାଯାଇଛି। ଏହାପରେ ଉକ୍ତ ଦଳ ପୀତିତା ବାଳିକାର ନିଜ ଗାଁ ଦିଶାରୀଗୁଡା ଗସ୍ତ କରି ପୀଡ଼ିତାଙ୍କ ନିକଟ ସମ୍ପର୍କୀୟ ତଥା ପଡୋଶୀମାନଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ । ତଦ୍ ପଶ୍ଚାତ୍ ମାଲକାନଗିରି ଜିଲ୍ଲାର କଂଗ୍ରେସ ଦଳର ନେତୃବୃନ୍ଦ ଏବଂ ସାଧାରଣ ନାଗରିକ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ଉକ୍ତ ଅଘଟଣର ତଥ୍ୟ ସଂଗ୍ରହ କରିଥିଲେ।ପରେ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ‌କାରୀ ଦଳ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉକ୍ତ ଅଘଟଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ଓ ଭବିଷ୍ୟତରେ ଏହାର ପୁନରାବୃଦ୍ଧି ହେବନାହିଁ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଏହା ରାଜ୍ୟ ସରକାରଙ୍କର ପ୍ରଶାସନିକ ସ୍ଥାଣୁତା, ଦୂରଦୃଷ୍ଟିର ଅଭାବ ଏବଂ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ମନୋଭାବ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି।ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଗସ୍ତ ଏବଂ ଆଲୋଚନା ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ତଥ୍ୟ ଅନୁସନ୍ଧାନକାରୀ ଦଳର ସଦସ୍ୟ ତଥା ଆଇନଜୀବି ସୁଜିତ ପାଡ଼ି, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ, ଆଇନଜୀବି ମାନସ ମଲ୍ଲିକ, ଡାଃ. ଲିପିକା ମାଝୀ, ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, କୋଟପାତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନ୍, ନବରଙ୍ଗପୁର କଂଗ୍ରେସ ପ୍ରାର୍ଥୀ ଦିଲିପ ପ୍ରଧାନୀ, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ମାଲକାନଗିରି କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢି, ଯୁବ ନେତା ଇଶାକ ଖୋସଲା, ଜିଲ୍ଲା ପରିଷଦ ସଦସ୍ୟା ବିନନ୍ତି ଖିଲ, କୃଷ୍ଣଚନ୍ଦ୍ର ଅନୁରୁ ପ୍ରମୁଖ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.