ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେବ ଗଞ୍ଜାମ ଓକିଲ ସଂଘ ନିର୍ବାଚନ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀ…

add-all

ବ୍ରହ୍ମପୁର :-ରାଜ୍ୟ ବାର କାଉନ୍ସିଲ ନିର୍ଦେଶ କ୍ରମେ ଚଳିତ ବର୍ଷ ୨୦୨୫-୨୬ ନିମନ୍ତେ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୨୯ ତାରିଖରେ ଅସ୍ଥାୟୀ ସଂଘ ଗୃହରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆସନ୍ତା ମାର୍ଚ୍ଚ୫ ତାରିଖରୁ୭ ତାରିଖ ପର୍ଯ୍ୟନ୍ତ ନମାନଙ୍କ ଦାଖଲ ହେବ।ଇଛୁକ ପ୍ରାର୍ଥୀ ମାନେ ନିଜ ନିଜର ନାମାଙ୍କନ ପତ୍ର ପୂର୍ବାହ୍ନ ୧୦.୩୦ ରୁ ଅପରାହ୍ନ ୩ ଘଣ୍ଟା ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ ଦାଖଲ କରିବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ସିଙ୍ଗାରୀ ସୂଚନା ଦେଇଛନ୍ତି। ଆସନ୍ତା୮ ତାରିଖରେ ନାମାଙ୍କନ ଭରି ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ , ମାର୍ଚ୍ଚ୯ ତାରିଖରେ ସ୍ମୃଟିନିଙ୍ଗ,୧୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ୨୯ ତାରିଖରେ ସକାଳ ୭.୩୦ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ।ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୬୫୫ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିବେ।ବାର କାଉନ୍ସିଲ ଙ୍କ ନିର୍ଦେଶ କ୍ରମେ ଆଇନଜୀବୀ ମାନେ ନିଜର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା, ଅବାଧ୍ୟ ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ସିଙ୍ଗାରୀ କହିଛନ୍ତି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ପୁର୍ବତନ ସଭାପତି ନୟନ ଚନ୍ଦ୍ର ମହାପାତ୍ର, ସୁଦର୍ଶନ ପଣ୍ଡା, ସୁଶୀଲ ସାହୁ, ବିରଞ୍ଚି ମୋହପାତ୍ରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.