ଛତ୍ରପୁର, : ଛତ୍ରପୁର ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ଆୟୋଜିତ ଶିବିର ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷ ଏସ. ଶାରଦା ରେଡ୍ଡୀ, ଭାରପ୍ରାପ୍ତ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ବିଏଫଓ ଗିରିଶ ମହାରଣା, ଡାକ୍ତର ଅଜିତ କୁମାର ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗମୋହନ ସେନାପତି, ଓଡିଶା ଜୀବିକା ମିଶନ ର ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ, ଏହି ଶିବର ରେ ଛତ୍ରପୁର ବ୍ଲକର ୧୮ ଗୋଟି ପଂଚାୟତ ଓ ଏନଏସି ର ବିଭିନ୍ନ ୱାର୍ଡ ରୁ ଆସିଥିବା ୩୬୧ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ନାମ ପଞ୍ଜିକୃତ ହୋଇଥିଲା, ୪ଜଣଙ୍କୁ ଟ୍ରାଇ ସାଇକେଲ, ୫ଜଣଙ୍କୁ ବ୍ୟାଟେରୀ ଚାଳିତ ସାଇକେଲ,୬ଜଣଙ୍କୁ ହୁଇଲ ଚ୍ୟାୟର, ଜଣଙ୍କୁ ଆଶାବାଡି ଏବଂ ୩ଜଣଙ୍କ କୃତିମ ଗୋଡ଼ ଚିନ୍ହଟ କରାଯାଇଛି, ସେହିପରି ୪୫ଜଣଙ୍କୁ ଶ୍ରବଣ ଯନ୍ତ୍ର, ଜଣ ଙ୍କୁ ଏମଏସଆଇଇ ଡି କିଟ ଓ ସିପି ଚେୟାର ଦିଆଯାଇଛି, ଏହାସହ ୨୯ଙ୍କୁ ବସ ପାସ, ୨୯ଜଣଙ୍କୁ ଟ୍ରେନ ପାସ, ୫ଜଣ ଙ୍କୁ ବ୍ୟାଙ୍କ ଋଣ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ୫ଜଣ ଙ୍କୁ ରାସନ କାର୍ଡ ନିମନ୍ତେ ଚିନ୍ହଟ କରାଯାଇଥିବା ବେଳେ ୮୫ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା,
