ବେଆଇନ ଓ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ…

୫୦ ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ ସହ ୭ ଗିରଫ।

ବ୍ରହ୍ମପୁର :- ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ସହର ଉକକଣ୍ଠ କନିଷି- ସିଂହାଳା ରାସ୍ତାର ଏକ ପଡିଆରେ ଚଢ଼ାଉ କରିଥିଲା । ଗଜପତି ଜିଲ୍ଲାକୁ ଦୁଇଟି କାରରେ ଗଞ୍ଜେଇ ଆଣି ଅନ୍ୟ ଏକ କାରକୁ ସ୍ଥାନାନ୍ତର କରାଯାଉଥିବା ଜାଣିବାକୁ ପାଇଥିଲା ଅବକାରୀ ପୋଲିସ । ଅବକାରୀ କର୍ମଚାରୀ ମାନେ ଅତର୍କିତ ଚଢାଉ କରି ୭ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଏଥିମଧ୍ୟରେ ଗଜପତି ଜିଲ୍ଲାର ୪ଜଣ ଥିବା ବେଳେ ମହାରାଷ୍ଟ୍ରର ତିନି ଜଣ ଯୁବକଙ୍କୁ ଗିରଫ କରିଛି । ତେବେ ମହାରାଷ୍ଟ୍ରରୁ ଗଞ୍ଜେଇ ଚୋରାରେ ନେବା ଲାଗି ଇନୋଭା କାରର ସିକ୍ରେଟ୍ ଚ୍ୟାମ୍ୱରରୁ ୧୬୦ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୭ଜଣଙ୍କୁ ଗିରଫ କରିବା ସହ ୧୦ ଟି ମୋବାଇଲ ଓ ତିନୋଟି କାର ଜବତ କରିଛି ବିଭାଗ । ଜବତ ହୋଇଥିବା ଗଞ୍ଜେଇ ଓ କାରର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଗଡପତି ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରୁଥିବା ମୁଖ୍ୟଙ୍କୁ ଠାବ କରାଯାଇଛି ଓ ତାଙ୍କୁ ଗିରଫ କରାଯିବ ବୋଲି ଅବକାରୀ ଡେପୁଟି ସୁପେରିଟେଣ୍ଡେଣ୍ଡ୍ ଶୃତିକାନ୍ତ ରାଉତ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.