ଲିମାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ସୁବର୍ଣ୍ଣ ଜୟନ୍ତୀ

add-all

ଉମରକୋଟ :- ( ୪/୩/୨୦୨୫)ସୂଚନା ପ୍ରକାରେ ୫୦ ବର୍ଷ ପୂର୍ତ୍ତୀ ଅବସରରେ ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ପଞ୍ଚଯାତର ଲିମାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗତକାଲି ଅପରାହ୍ନ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଶାଳ ସମାରହରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି।ଆମନ୍ତ୍ରିତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ସ୍ୱତନ୍ତ୍ର ଅତିଥି, ବରଣ୍ୟେ ଅତିଥି, ସହ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, ଛାତ୍ର, ଛାତ୍ରୀ, ଏବଂ ଗ୍ରାମବାସୀ ବୃନ୍ଦ ଯୋଗଦାନକରିଥିଲେ, ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଯାଇ ପ୍ରଦୀପ ପ୍ରୋଜ୍ୟଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା,ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଭଜନ ଏବଂ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲା, ମୁଖ୍ୟ ବକ୍ତା ଶ୍ରୀ ଯୁକ୍ତ ଆଲୋକ କୁମାର ଅନୁଗୁଳିଆ, କାର୍ଯ୍ୟନିର୍ବାହୀ ଅଧିକାର, ପୌରପରିଷଦ, ଉମରକୋଟ, ସ୍ୱତନ୍ତ୍ର ଅତିଥି ଶ୍ରୀ ଯୁକ୍ତ ଦେବେନ୍ଦ୍ର କୁମାର ବାଗ, ସହ ବ୍ଲକ ଶିକ୍ଷା ଅଧିକାରୀ, ଉମରକୋଟ ଯୋଗଦାନ କରି ନିଜ ନିଜର ଅଭି ଭାଷଣରେ ଶିକ୍ଷାର ବିକାଶ ଉପରେ ଆଲୋକ ପାତ କରିଥିଲେ,ସ୍ୱାଗତ ଭାଷଣ -ନିର୍ମଳ ଗାନ୍ଧୀ କରୁଥିବା ବେଳେ ବାର୍ଷିକ ବିବରଣୀ ପଠନ କଲେ ମିନାରାଣୀ ସିପକା,ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଫନୀନ୍ଦ୍ର ଗାଇନ ସଭାକାର୍ଯ୍ୟ ପରିଚାଳନା କରିଥିଲେ, ସେସରେ ସମସ୍ତଙ୍କୁ ମିଷ୍ଟତ୍ନ୍ନ ବଣ୍ଟନ କରିବା ପରେ, ଶ୍ରୀ ଯୁକ୍ତ ରମେଶ ଗୌଡ଼ ସମସ୍ତଙ୍କୁ ଧନ୍ୟ ବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ କଲେ।

ad-week
Leave A Reply

Your email address will not be published.