ଜେ ଏନ୍ ଟାଟାଙ୍କ ଜୟନ୍ତୀରେ ଟାଟା ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ..

add-all

୯୭ ୟୁନିଟ୍ ରକ୍ତ ସଂଗୃହୀତ

ବ୍ରହ୍ମପୁର, ୦୪/୦୩: ଟାଟା ଷ୍ଟିଲ ଫେରୋକ୍ରୋମ୍ ପ୍ଲାଣ୍ଟ, ଗୋପାଳପୁର ପକ୍ଷରୁ ସ୍ଥାନୀୟ ଏମ୍ କେ ସି ଜି ମେଡିକାଲ କଲେଜ ଓ ହସପିଟାଲ ସହଭାଗିତାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଟାଟା ଗ୍ରୁପ୍ ର ପ୍ରତିଷ୍ଠାତା ଜାମସେଦଜୀ ନୁସେରୱାନଜୀ (ଜେ ଏନ୍) ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ହୋଇଥିବା ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୯୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତାଭାବରୁ ଅକାରଣରେ ଚାଲିଯାଉଥିବା ଅମୂଲ୍ୟ ଜୀବନଗୁଡ଼ିକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ଶିବିର ସ୍ଥାନୀୟ ଟାଟା ଷ୍ଟିଲ ସ୍ପେଶିଆଲ୍ ଇକୋନୋମିକ ଜୋନ ଠାରେ ଅବସ୍ଥିତ ଫେରୋ କ୍ରୋମ୍ ପ୍ଲାଣ୍ଟ ପରିସରରେ ଆୟୋଜନ କରାଯାଇଥିଲା। ଏଥିରେ ଟାଟା ଷ୍ଟିଲ କଞ୍ଜ୍ୟୁମର୍ ପ୍ରଡକ୍ଟ ଓ ଏନ୍ ଟି ଟି ଏଫ୍ ର ଅଧିକାରୀ, କର୍ମଚାରୀ ତଥା ଭେଣ୍ଡର ପାର୍ଟନର ମାନଙ୍କ କର୍ମଚାରୀ ମାନେ ମଧ୍ଯ ସାମିଲ ହୋଇଥିଲେ। ଏମ୍ କେ ସି ଜି ମେଡିକାଲ କଲେଜ ଓ ହସପିଟାଲ ବ୍ଲଡ଼ ବ୍ୟାଙ୍କ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଫେରୋ କ୍ରୋମ୍ ପ୍ଲାଣ୍ଟ ମୁଖ୍ୟ ଅଟଲା ରାମବାବୁ, ମାନବ ସମ୍ବଳ ଅଧିକାରୀ ପାର୍ଥ ସାରଥୀ ପ୍ରବୀଣ, ପ୍ରଶାସନିକ ଅଧିକାରୀ ସଞ୍ଜୀବ କୁମାର ସାହୁ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜେ ଏନ୍ ଟାଟାଙ୍କ ଜୟନ୍ତୀରେ ଏହି ରକ୍ତଦାନ ଶିବିର ତାଙ୍କ ପ୍ରତି ସପ୍ରେମ ଶ୍ରଦ୍ଧାଞ୍ଜଳି ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଥଲେ।

ad-week
Leave A Reply

Your email address will not be published.