ଛତ୍ରପୁର, : ଛତ୍ରପୁର ରିକାପଲ୍ଲୀ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ବିଦ୍ୟାଳୟ ସ୍ତରୀୟ “ଆମ ସଂସ୍କୃତି ଆମ ଖେଳଣା ” କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରେଣୁବାଳା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ପ୍ରଧାନଶିକ୍ଷୟତ୍ରୀ ରିତା ରଥ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ, କମିଟି ସଭ୍ୟ ମିତା ପଣ୍ଡା, ଜୀବନ କୁମାର ମହାରଣା ଓ ଏନ. ମଧୁସୁଦନ ଯୋଗଦେଇଥିଲେ,ଏହି ଅବସର ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହ ଯୋଗ କରିଥିଲେ
