ମାଲକାନଗିରି : ବ୍ଯାଙ୍କ ମଧ୍ୟରେ ସାପ ଏହି ଭଳି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟଏହା ସତ୍ୟ । ଏହିଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ଖବର ଅନୁଯାୟୀ ମାଲକାନଗିରି ସଦର ମହକୁମା ଡିଏନକେରେ ଥିବା ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସବୁ ଦିନ ଭଳି ଆଜି ସକାଳ ୧୦ଟା ସମୟରେ ଖୋଲା ଯାଇଥିଲା । ବ୍ଯାଙ୍କ କର୍ମଚାରୀ ସଫେଇ କାର୍ଯ୍ୟ କରୁଥିବା ସାମୟରେ ହଠାତ ବ୍ୟାଙ୍କ ମଧ୍ୟରେ ଏକ ସାପ ରହିଥିବା ଦେଖିବାକୁ ପାଇଥିଲେ । ଯାହାର ଲମ୍ବ ପ୍ରାୟ ୫ ରୁ ୬ଫୁଟ ମଧ୍ୟରେ ହେବ । କର୍ମଚାରୀ ଜଣଙ୍କ ସଙ୍ଗେ ସଙ୍ଗେ ମ୍ୟାନେଜର ସତୀଶ ବେହେରା ଙ୍କୁ ଖବର ଦେଇଥିଲେ । ମ୍ୟାନେଜର ସ୍ନେକ ହେଲ୍ପ ଲାଇନ ସଦସ୍ଯଙ୍କୁ ଫୋନ କରି ଡକାଇଥିଲେ ଖବର ପାଇ ସ୍ନେକହେଲ୍ପ ଲାଇନ ସଦସ୍ୟ ସ୍ନେହାଶିଷ ନାୟକ (ନାନୁ) ବ୍ୟାଙ୍କରେ ପହଞ୍ଚି ସାପଟିକୁ ଉଧାର କରିବା ସହ ୨ନମ୍ବର ସ୍ତିତ ଜଙ୍ଗଲ ମାଧରେ ଛାଡି ଦେଇଥିଲେ । ଉକ୍ତ ସାପଟି ବିଶ ବିହୀନ (ଢମଣ। ) ସାପ ହୋଇଥିଲେ ମଧ୍ୟ ବ୍ଯାଙ୍କ ମଧ୍ୟରେ କିଭଳି ଏହା ପଶିଲା ତାହା ଗ୍ରାହକଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ତତକ୍ଷଣ ଏହାଉଧାର ହୋଇଥିବାରୁ ବ୍ଯାଙ୍କ କର୍ମଚାରୀ ତଥା ଗ୍ରାହକ ଉଭୟେ ଖୁସି ପ୍ରକଟ କରିଛନ୍ତି ।
