ଜିଲ୍ଲାରେ ୨୪ ଘଣ୍ଟିଆ ପେଟ୍ରୋଲ ପମ୍ପ ସେବା ପାଇଁ ଲୟର୍ସ ଆସୋସିଏସସନ ପକ୍ଷରୁ ସାଂସଦକୁ ଦାବିପତ୍ର ପ୍ରଦାନ…

youtube

ମାଲକାନଗିରି,୫l୩ ମାଲକାନଗିରି ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଜିଲ୍ଲାରେ ୨୪ ଘଣ୍ଟିଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଗସ୍ତରେ ଆସିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କୁ ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ୧୭୦ କିମି ରାସ୍ତା ଯାଇଛି। ତେବେ ଏହି ରାସ୍ତା କଡରେ ରହିଥିବା ପେଟ୍ରୋଲ ପମ୍ପ ଗୁଡିକ ୨୪ ଘଣ୍ଟିଆ ସେବା ଯୋଗଉ ନଥିବା ବେଳେ ରାତି ସମୟରେ ଯାଉଥିବା ଗାଡି ଗୁଡିକ ପେଟ୍ରୋଲ ପ ଡିଜେଲ ପାଇଁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ନୀତିଦିନ ଛତିଶଗଡ, ଆନ୍ଧ୍ର, ତେଲେଙ୍ଗନା ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାନ ବାହାନ ଯାତାୟତ କରୁଛି। କିନ୍ତୁ ଜିଲ୍ଲା ମଧ୍ୟରେ ରହିଥିବା ପେଟ୍ରୋଲ ପମ୍ପ ଗୁଡିକ ରାତି ୧୦ପରେ ବନ୍ଦ ହୋଇଯାଉଛି। କୋରପୁଟ ଜିଲ୍ଲାର ଜୟପୁରରେ ହିଁ ୨୪ ଘଣ୍ଟିଆ ସେବା ଯୋଗଉଥିବା ପେଟ୍ରୋଲ ପମ୍ପ ରହିଥିବା ବେଳେ ଲୋକେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ କିଲୋ ମିଟର ଯାଏଁ ରାତି ୧୦ ପରେ ତେଲ ପାଇବା କଷ୍ଟକର ହୋଇ ପଡୁଛି। ଫଳରେ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ବିଶେଷ କରି ସ୍ୱାସ୍ଥ୍ୟ ଗସ୍ତ ସମସ୍ୟା ପାଇଁ ଜିଲ୍ଲା ବାହାରକୁ ଯାଉଥିବା ଯାନ ଗୁଡିକ ପେଟ୍ରୋଲ ଓ ଡିଜେଲ ପାଇଁ ନାନା ସମସ୍ୟା ଭୋଗ କରୁଛନ୍ତି। ତେଣୁ ଏହାକୁ ଦ୍ରୁଷ୍ଟିରେ ରଖି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ରହିଥିବା କିଛି ପେଟ୍ରୋଲ ପମ୍ପ ଗୁଡିକୁ ୨୪ଘଣ୍ଟିଆ ସେବା ଯୋଗାଇବା ପାଇଁ ଲୟର୍ସ ଆସୋସିଏସନ ପକ୍ଷରୁ ଏହି ଦାବିପତ୍ର ଦିଆଯାଇଥିଲା। ଏହି ଦାବିପତ୍ର ଗ୍ରହଣ କରି ସାଂସଦ ଶ୍ରୀ ମାଝି ଏହାକୁ ଗୁରୁତ୍ତର ସହ ଗ୍ରହଣ କରି ତୁରନ୍ତ ଏନେଇ ପେଟ୍ରୋଲିୟମ ବିଭାଗକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଯେହେତୁ ମାଲକାନଗିଇର ଜିଲ୍ଲା ଏକ ମାଓ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ସୁରକ୍ଷା ଦ୍ରୁଷ୍ଟିରୁ ପେଟ୍ରୋଲ ପମ୍ପ ଗୁଡିକୁ ୨୪ ଘଣ୍ଟିଆ ସେବା ପାଇଁ ଅନୁମତିଦିଆଯାଇ ନାହି। ତେବେ ସାଂସଦ ଶ୍ରୀ ମାଝି ପ୍ରତିଶ୍ରୁତି ଦେଇଥିଲେ ଯେ, ଏହି ବ୍ସିଆୟରେ ବିଭାଗ ସହ ଆଲୋଚନା କରି କିଛି ପେଟ୍ରୋଲ ପମ୍ପ ଗୁଡିକୁ ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ବ୍ୟବସ୍ତା କରିବି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଲୟର୍ସ ଆସୋସିଏନର ସଭାପତି ନୃସିଙ୍ଘ ଚରଣ ମହାନ୍ତି, ଜିଲ୍ଲା ଓକିଲ ସଂଘର ସମ୍ପାଦକ ବିଜୁ ସରକାର, ବରିଷ୍ଟ ଆଇନଜୀବୀ ରଞ୍ଜିତ ସାନା, ଏସ ମହେଶ୍ଵର, ବିଭୁତି ଭୂଷଣ ବେହେରା, ଭବତୋଷ ବିଶ୍ବାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏଭଳି ଲୟର୍ସ ଆସୋସିଏସନର ଏଭଳି ପଦକ୍ଷେପକୁ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଓଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଵାଗତ ଓ ସମର୍ଥନ କରାଯାଇଛି।

Leave A Reply

Your email address will not be published.