ସ୍କୁଲ ର ୫୦ ବର୍ଷ ଫୁର୍ତ୍ତି ଅବସରରେ ବାର୍ଷିକଉତ୍ସବ ଓ ଆଲୁମିନି କାର୍ଯ୍ୟକ୍ରମ ପାଳିତ…

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଦାନିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଆମ ସଂସ୍କୃତି ଓ ଆମ ଖେଳନା ଅନ୍ତର୍ଗତ ବାର୍ଷିକ ଉତ୍ସବ ଓ ଆଲୁମିନି ଅଭିନନ୍ଦନ କାର୍ଯ୍ୟକ୍ରମ ପାଳିତ କରାଯାଇଛି l ଏହି ସଭାରେ ସଭାପତି ଭାବରେ ଭାରପ୍ରାପ୍ତ ଗୋଷ୍ଠୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ ମାଝି , ମୁଖ୍ୟ ଅତିଥି ରୂପେ ଏ.ବି.ଇ.ଓ ଗୌରାଙ୍ଗ ସାଜନ, ମୁଖ୍ୟ ବକ୍ତା ସି.ଆର.ସି.ସି ରଂଜିତ ନାୟକ, ସମ୍ମାନିତ ଅତିଥି ଭାବରେ ଆବସରପ୍ରାପ୍ତ ଶିକ୍ଷକ ମନୋରଞ୍ଜନ ସେଠି ଓ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ୍ୟ ଦେବରାଜ ମାଡକାମୀ ଯୋଗ ଦେଇ ଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସେଠି ବିବରଣୀ ପାଠ କରି ଥିଲେ l ବିଦ୍ୟାଳୟ ର ଏହି ଆଲୁମିନି କାର୍ଯ୍ୟକ୍ରମ ଉପଲକ୍ଷେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମେଟିଭ ଏକ ର ପ୍ରତିଯୋଗିତା ରେ ସମସ୍ତ ଶ୍ରେଣୀରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା lସର୍ବଶେଷରେ ସହକାରୀ ଶିକ୍ଷୟତ୍ରୀ ତାପସ୍ବନି ମହାପାତ୍ର ପାଠ ପଢ଼ାରେ ଖେଳନା ର ବ୍ୟବହାର ବିଷୟରେ ବୁଝାଇ ସମସ୍ତଙ୍କୁ ଧନ୍ୟବାଦ ବାର୍ତ୍ତା ଦେଇ ସଭା ସାଙ୍ଗ କରି ଥିଲେ l

Leave A Reply

Your email address will not be published.