ଟେଣ୍ଡର ଫିକ୍ସରମାନେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବୈଠକ କଲେ ଆସିକାରେ !

add-all

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆଇନ ଶୃଙ୍ଖଳା ବିଗିଡ଼ିବା ର ଆଭାସ ମିଳିଲାନି। ରାଜ୍ୟରେ ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଚୋରା ବାଲି ବ୍ୟବସାୟ ଧୁମ ଧଡ଼ାକା ଭାବେ ଖୁଲାମ ଖୁଲା ଚାଲିଛି। ଏବେ ପ୍ରଶାସନ ର ନାକ ତଳେ ଟେଣ୍ଡେର ଫିକ୍ସ ପାଇଁ ଖମ୍ବେଶ୍ବରୀ ମନ୍ଦିର ପଛ ପଟେ ପ୍ରତି ମାସରେ ବୈଠକ ହୋଇଆସୁଥିଲା। ଟେଣ୍ଡର ଫିକ୍ସ ସମ୍ପର୍କ ରେ ପୋଲିସ ପାଖରେ ଖବର ପହଁଞ୍ଚିବା ପରେ ଆସିକା ବ୍ଲକ ଅନ୍ତର୍ଗତ ସାଇବଗଡ଼ ଠାରେ ଏକ ଗୁପ୍ତ ବୈଠକ ଆଜି ଦିନ ୧୧ ଘଣ୍ଟା ସମୟରେ ହେବ ବୋଲି ସୋସିଆଲ ମିଡ଼ିଆ ରେ ଏକ ବାର୍ତ୍ତା ବୁଲୁଥିବାର ଲକ୍ଷ କରାଯାଇଛି। ଏହା ପୂର୍ବରୁ ଆସିକା ରେ ପୂର୍ତ୍ତବିଭାଗ, ଜଳ ସେଚନ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଟେଣ୍ଡର ଫିକ୍ସ କରାଯଇଥିବା ସମ୍ପର୍କ ରେ ଖବର ପ୍ରକାଶ ହୋଇଥିଲା। ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଟେଣ୍ଡର ଫିକ୍ସ ମାଫିଆ ମାନଙ୍କ ସାହସ ବଢ଼ିବା ସହ ଆଉ ଦୁଇ ପାଦ ଆଗକୁ ଯାଇ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ପୁଣି ଆସିକା ସହର ବାହାରେ ଟେଣ୍ଡର ଫିକ୍ସ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। ବେଳ ଥାଉ ଥାଉ ପୋଲିସ ସଜାଗ ନହେଲେ ଆସିକା ଅଞ୍ଚଳ ରେ ଗତ ୨୦୦୮ ମସିହାର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଯିବ। ଏହା ସାଙ୍ଗକୁ ଚୋରା ବାଲି ବ୍ୟବସାୟ ପାଇଁ ମାଫିଆ ମାନଙ୍କ ମଧ୍ୟରେ ଏରିଆ ବଣ୍ଟନ କୁ ନେଇ ଛକାପଞ୍ଝା ଲାଗିରହିଛି।କୋ ମୁହୂର୍ତ୍ତ ରେ ଆସିକା ଅଞ୍ଚଳ ରେ ମୁଣ୍ଡ ଗଡ଼ିବ କିଏ ଅବା କହିବ।

ad-week
Leave A Reply

Your email address will not be published.