୨ କୀଟନାଶକ ଓାୖଷଧ ଦୋକାନରେ ଲାଗିଲା ନିଆଁ : ଜଳିଗଲା ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଔଷଧ…

add-all


ହିଞ୍ଜିଳିକାଟୁ, ୭।୩: ହିଞ୍ଜିଳି ଥାନା ନୂଆଁ ବୁରୁପୋଡା ଗ୍ରାମ ନିକଟରେ ଥିବା ୨ଟି କୀଟନାଶକ ଓାୖଷଧ ଦୋକାନରେ ଶୁକ୍ରବାର ସକାଳେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍ ସକ୍ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।‌ ଖବର ପାଇ ହିଞ୍ଜିଳି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୨ଟି ଦୋକାନ ସମ୍ପୁର୍ଣ୍ଣ ପୋଡିଯିବା ସହ ୧୫ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କୀଟନାଶକ ଓାୖଷଧ ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶ ତଥା ହିଞ୍ଜିଳି ଥାନା ନୂଆଁ ବୁରୁପୋଡା ଗ୍ରାମ ନିକଟରେ କାହ୍ନୁଚରଣ ତ୍ରିପାଠୀ ଓ ଉଦୟନାଥ ତ୍ରିପାଠୀଙ୍କ କୀଟନାଶକ ଓାୖଷଧ ଦୋକାନ ରହିଥିଲା। ଗୁରୁବାର ରାତିରେ ୨ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ସୋମବାର ସକାଳେ ସଂପୃକ୍ତ ୨ କୀଟନାଶକ ଓାୖଷଧ ଦୋକାନରୁ ଧୂଆଁ

ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦୋକାନୀ ମାଲିକଙ୍କୁ ଖବର ଦେଇଥିଲେ। ଖବର ପାଇ ଦୋକାନୀ ମାଲିକ ଦୋକାନ ଖୋଲିବା ସମୟରେ ଦୋକାନ ଘର ମଧ୍ୟରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା। ଚାହୁଁ ଚାହୁଁ କ୍ଷୀପ୍ର ଗତିରେ ନିଆଁ ଲାଗିଯାଇଥିଲା। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ବଗରାଇ ମୁର୍ମୁଙ୍କ ନିର୍ଦ୍ଦେଶରେ କର୍ମଚାରୀ ପ୍ରକାଶ ଚନ୍ଦ୍ର ସାମଲ, ପୁର୍ଣ୍ଣ ସ୍ବାଇଁ, ସୁନିଲ କୁମାର ସ୍ବାଇଁ, ଟୁଟୁ ପ୍ରଧାନ, ସୁଶାନ୍ତ ବେହେରା, ପ୍ରଦୀପ୍ତ ସ୍ବାଇଁ, ଜିତେନ୍ଦ୍ର ଲେଙ୍କା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

ad-week
Leave A Reply

Your email address will not be published.