ଦିନିକିଆ ବ୍ରହ୍ମପୁର ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ସହିତ ବହୁ ଉନ୍ନୟନ ପ୍ରକଳ୍ପର କଲେ ଶୁଭାରମ୍ଭ….

youtube

ବ୍ରହ୍ମପୁର : ଆଜି  ଦିନିକିଆ ବ୍ରହ୍ମପୁର ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ସହିତ ବହୁ ଉନ୍ନୟନ ପ୍ରକଳ୍ପର କରିଲେ ଶୁଭାରମ୍ଭ।ଏହି ଅବସରରେ  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକ ବର୍ଦ୍ଧନସିଂହଦେଓ ମଧ୍ୟ ଯୋଗ ଦେଇଥିଲେ । ବିଶ୍ବ ମହିଳା ଦିବସରେ ବ୍ରହ୍ମପୁର ବିବେକ ବିହାର ପଡିଆ ଠାରେ ଆୟଜିତ କାର୍ଯ୍ୟକ୍ରମ ରେ ମହିଳାଙ୍କୁ ସମ୍ବୋଧିତ କରିବା ସହ ଶୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜନ କଲ୍ଯାଣ ମୁଳକ ଯୋଜନାର ସୁଭ ଦେବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ମହିଳାଙ୍କ ମଧ୍ଯ ରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା।

ବିଶ୍ବ ମହିଳା ଦିବସ ରେ ମହିଳାଙ୍କୁ ଉପହାର କଥା ଦେଇ କଥା ରଖିଲେ ସରକାର । ପ୍ରାୟ ଏକ କୋଟି ମହିଳା ଙ୍କୁ ମିଳିଲା ସୁଭଦ୍ରା ଯୋଜନାର ଦ୍ବିତିୟ କିସ୍ତି। ଏକ କୋଟି ମହିଳା ଙ୍କ ଏକାଉଣ୍ଟ କୁ ସୁଭଦ୍ରା ଯୋଜନାର ଦ୍ବିତିୟ କିସ୍ତି ରେ ୫ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ସରକାର। ସେଥିମଧ୍ଯ ରେ ଗଞ୍ଜାମ ଜିଲ୍ଲାର ୯  ଲକ୍ଷ ମହିଳା ସୁଭଦ୍ରା ଯୋଜନାର ଦ୍ବତିୟ କିସ୍ତି ପ୍ରାପ୍ତ କରିବାରେ ସଫଳ ହୋଇଛନ୍ତି। ବ୍ରହ୍ମପୁର  ବିବେକ ବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସମେତ  ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକ ବର୍ଦ୍ଧନ ସିଂହଦେଓ  ଙ୍କ  ସମେତ ଖଣି ଓ ଇସ୍ପାତ ,ବାଣିଜ୍ୟ ଓ  ପଶିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମସ୍ୟ ଓ ପ୍ରାଣୀ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆଇନ ମନ୍ତ୍ରୀ ପୃଥୀବିରାଜ ହରିଶ୍ଚନ୍ଦନ, ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକ ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଙ୍କ ସମେତ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର  ବିଧାୟକକୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ଼ଃ. ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନରଞ୍ଜନଡ୍ୟାନ ସାମନ୍ତରା, ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ ପାଢ଼ୀ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ସମ୍ବୋଧିତ କରିବା ସହ ମହିଳା ସଶକ୍ତିକରଣ ଦିଗରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳାଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ସରକାର ବଦ୍ଧ  ପରିକର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ   ମୋହନଚରଣମାଝି। ଏଥିସହ ଗଞ୍ଜାମ ଜିଲ୍ଲାର ୪ ଶହ ୯୨ କୋଟି ଟଙ୍କାର  ଅଟକଳ ବ୍ଯୟ ରେ ୩୦ ରୁ ଉର୍ଦ୍ଧ ବିଭିନ୍ନ ଜନ କଲ୍ଯାଣ ମୁଳକ ଯୋଜନାର ସୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ଗଞ୍ଜାମ ଜିଲ୍ଲା ବାସିଙ୍କ ଲାଗି ବଡ ଉପହାର ।

Leave A Reply

Your email address will not be published.