ବ୍ରହ୍ମପୁର: ମହିଳା ମାନେ ସଂରକ୍ଷଣ ରେ ନିର୍ବାଚିତ ହେବା ପରେ ଶ୍ରୀମତୀ ମାନଙ୍କ ସ୍ଥାନରେ ଶ୍ରୀମାନ ମାନଙ୍କ ରାଜୁତି କାର୍ଯ୍ୟାଳୟ ଗୁଡ଼ିକରେ ଦେଖିବାକୁ ମିଳୁଛି। ସାଧାରଣ ଜନତା ବିଭିନ୍ନ ଭତ୍ତା ଓ ଅନ୍ୟ କାର୍ଯ୍ୟାଦେଶ ପାଇଁ ଅଫିସ କୁ ଗଲେ ଯେଉଁ ମହିଳା ନିର୍ବାଚିତ ହୋଇ ଆସିଛନ୍ତି। ଶ୍ରୀମତୀ ମାନଙ୍କ ସିଟ ଖାଲିଥିବା ବେଳେ ସେମାନଙ୍କ ଅଫିସ ଭିତରେ ସ୍ୱାମୀ ମାନେ ରହି ସମସ୍ତ କାର୍ଯ୍ୟରେ ମୁଣ୍ଡ ଖେଳାଉ ଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ କଟକଣା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି। ବିଭିନ୍ନ ରାଜନୈତିକ ଦଳ ମହିଳା କାର୍ଡ଼କୁ ନେଇ ଗାଁରୁ ସହର ପର୍ଯ୍ୟନ୍ତ ରାଜନୀତି କରୁଛନ୍ତି। ରାଜନୈତିକ ଦଳ ମାନେ ସଂରକ୍ଷଣ ପାଇଁ ମହିଳା ମାନଙ୍କୁ ନିର୍ବାଚନ ମୈଦାନ ରେ ଉଲ୍ଲାଉଛନ୍ତି। ନିର୍ବାଚିତ ହେବା ଉକ୍ତ ପଦବୀରେ ସେମାନଙ୍କ ସ୍ୱାମୀ ମାନଙ୍କ ରାଜୁତି ରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି।ଅଧିକାଂଶ କରି ମହିଳା ମାନେ ଗୁହାରି କରିବାକୁ ଅଫିସ କୁ ଯାଇ ସେଠାରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନପାଇ ଧର୍ମକୁ ଆଦାରୀ ଚୁପଚାପ ଚାଲି ଆସନ୍ତି। ଅଫିସ ଭିତରେ ମହିଳା ନିର୍ବାଚିତ ପ୍ରତିନିଧି ବଦଳରେ ସେମାନଙ୍କ ସ୍ୱାମୀ ମାନେ ଅନ୍ୟ ପୁରୁଷ ବନ୍ଧୁ ମାନଙ୍କ ସହ ଗପ ସପ କରିବା ସହ ସେମାନଙ୍କ ଫାଇଦା ଥିବା କାମ ଆସିଲେ ଗୁହାରି କରିବା ଲୋକଙ୍କ କାମ କରନ୍ତି। ନଚେତ ମେଡ଼ମ ନାହାନ୍ତି ବୋଲି ଗୁହାରି କରିବାକୁ ଯାଇଥିବା ଲୋକଙ୍କୁ ବାହାରୁ ପଠେଇ ଦିଅନ୍ତି। ଶ୍ରୀମତୀ ଓ ଶ୍ରୀମାନ ମାନଙ୍କ ଯୋଗୁଁ ସରକାରଙ୍କ ବିଭିନ୍ନ ଯୋଜନା ରୁ ସାଧାରଣ ଜନତା ବଞ୍ଚିତ ହେଉଛନ୍ତି। ଶ୍ରୀମତୀ ମାନଙ୍କ ସ୍ଥାନ କବ୍ଜା କରିଥିବା ଶ୍ରୀମାନ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଲେ ଲୋକେ ଉପକୃତ ହେବେ।
