ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତ ର କୃଷ୍ଣ ଗଡଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଡାକ୍ତର ଜଗଦୀଶ ଚନ୍ଦ୍ର ମହାନନ୍ଦ, କୁଆଁରମୁଣ୍ଡା କ ଜିଲ୍ଲା ପରିଷଦ ନେଭିଲ କେରକେଟା, ଅଧକ୍ଷ ଜ୍ୟୋତି କେରକେଟା, ରାଏବଗା ସରପଞ୍ଚ ପ୍ରଦୀପ କୁଲୁ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ଉପସ୍ଥିତ ହୋଇ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ | ଏହି ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ୩୦ ଟି ଅଭିଯୋଗ ଆସିଥିଲା | ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍ ବିଭାଗ, ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ରୋହିଥିଲେ |
