
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଖେଳ ପଡିଆ ପଛପଟେ ଥିବା ପରବିନ ସାହୁଙ୍କ ଗୋଦାମରେ ଲାଗିଲା ନିଆଁ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଥିବା ଥାନାରେ ଅଭିଯୋଗ | ଗତ ରବିବାର ଦିନ ସମୟ ପ୍ରାୟ ୮ଟା ରେ ପରବିନ ସାହୁ ଗୋଦାମର କାର୍ଯ୍ୟ ସାରି ଗେଟରେ ତାଲା ପକାଇ ନିଜ ଘର ରାଏବଗା ମସଜିଦ ବସ୍ତିକୁ ସୁଇବା ପାଇଁ ଯାଇଥିଲେ | ସକାଳ ୬ଟା ରେ ପରବୀନ ସାହୁ ଶୁଣିବାକୁ ପାଇଲେ ଯେ ତାଙ୍କ ଗୋଦାମରେ ନିଆଁ ଲାଗିଯାଇ ହୁଦ ହୁଦ ହୋଇ ଜଳୁଛି | ସାହୁ ସଙ୍ଗେ ସଙ୍ଗେ ନିଜର ଗୋଦାମ ଘରକୁ ପହୁଞ୍ଚି ଦେଖିଲେଜେ କେହି ଦୃବୁତ ଗୋଦାମ ଘରର ତାଲା ଭାଙ୍ଗି ଦେଇଛି ଏବଂ ନିଆଁ ଲଗାଈଛି | ଗୋଦାମ ଭିତରେ ଥିବା ଲକ୍ଷା ଧିକ ସାମଗ୍ରୀ ହୁଦ ହୁଦ ହୋଇ ଜଳି ପଉଷ ହୋଇଯାଇଛି | ଏହା ଦେଖି ସଙ୍ଗେ ସଙ୍ଗେ ରାଏବଗା ପୋଲିସ କୁ ଖବର ଦେଇଥିଲେ |

ଖବର ପାଇଁ ଥାନା ଅଧିକାରୀ ବାଲୁଙ୍କେଶ୍ୱର ନାଏକ, ଏସ ଆଇ ପ୍ରହ୍ଲାଦ କୁମାର ପ୍ରଧାନ ଓ ଏ ଏସ ଆଇ ଶଶୀଭୁଷଣ ମାହାତ ଘଟଣା ସ୍ଥଳରେ ପହୁଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନି ବିଭାଗକୁ ଖବର ଦେଇ ଥିଲେ | ଖବର ପାଇଁ କୁଆଁରମୁଣ୍ଡା ଅଗ୍ନି ସମ ବିଭାଗ ଘଟଣା ସ୍ଥଳରେ ପାହୁଞ୍ଚି ନିଆଁକୁ ଆୟୋତ କରିଥିଲେ ! ଏବଂ ରାଏବଗା ପୋଲିସ ଘଟଣା ସ୍ଥଳରୁ ଗୋଟିଏ କିପେଡ଼ ମୋବାଇଲକୁ ଉଦ୍ଧାର କରି ଜବତ କରିଛି | ଏବଂ ରାଏବଗା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ପ୍ରକାଶ |