ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ଯୋଗୁଁ ହନ୍ତସନ୍ତ ଗ୍ରାମବାସୀ…

youtube

ମାଲକାନଗିରି // ଚିତ୍ରକୋଣ୍ଡା-୧୩/୦୩ ବିଦ୍ୟୁତ ବିଭାଗର ମନମାନୀ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗୋଟିଏ ପଞ୍ଚାୟତ ବାସିନ୍ଦା ।ଅତ୍ୟଧିକ କରେଣ୍ଟ ବିଲ ଆସିବା ସହ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଦ୍ୱାରା ଅନ୍ଧାର ରେ ବିଦ୍ୟୁତ ଉପଭୋକ୍ତା ।ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତରେ
ପଂଚାୟତ ବାସିନ୍ଦାଙ୍କ ଅଭିଯୋଗ ଟିପିଏସଓଡିଏଲ (ଟାଟା) କର୍ମଚାରୀ ମାନେ ବିଲ ଦେଇ ସଙ୍ଗେ ସଙ୍ଗେ ବକେୟା ଟଙ୍କା ପ୍ରଦାନ କରିବାକୁ କହିଥିଲେ କିନ୍ତୁ ଖାଉଟି ଙ୍କ ଅତିରିକ୍ତ କରେଣ୍ଟ ବିଲ ବାବଦରେ କାହାର ୧୨୦୦୦ଟଙ୍କା ତ କାହାର ୧୫୦୦୦ଟଙ୍କା ଆରମ୍ଭ କରି ୫୦୦୦୦ଟଙ୍କା ଯାଏଁ କରେଣ୍ଟବିଲ ଆସିଥିବାରୁ ଖାଉଟି ମାନଙ୍କ ମୁଣ୍ଡରେ ଚଡକ ପଡିଛି।ଖରାଦିନ ଆରମ୍ଭ ଓ ରାତିରେ ଅନ୍ଧାରରେ ପିଲାଛୁଆଙ୍କ ନେଇ ଚଳିବା ଭାରିକଷ୍ଟରେ ଚଳୁଛନ୍ତି।ପଂଚାୟତ ବାସୀ ମାସିକ ଦେୟ କରି ପଇଠ କରିବାକୁ ବିଭାଗୀୟ କର୍ମଚାରୀଙ୍କ ଅନୁରୋଧ କରିଥିଲେ କିନ୍ତୁ ବିଦ୍ୟୁତ ବିଭାଗ ଟିକେ ହେଲେ କର୍ଣପାତ ନକରି ନାହିଁ କରେଣ୍ଟ କାଟିଥିବା ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି ।

ଗାଁ ଅନ୍ଧାର ରହିବା ସହିତ ମାଧ୍ୟମିକ ବିଦ୍ୟାଳୟ ସହ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ବିଦ୍ୟୁତ କାଟ ଯୋଗୁଁ ଅନ୍ଧାରରେ ଅଧିକ ପ୍ରଭାବିତ ହେଉଛନ୍ତି ହଷ୍ଟେଲର ଛାତ୍ରଛାତ୍ରୀ ମାନେ। ଇଲେକ୍ଟ୍ରି ନଥିବାରୁ ପାଣି ମୋଟର ଚାଲୁ ନାହିଁ ଯଦ୍ବାରା ଶୌଚ ନିମନ୍ତେ ବାହାରକୁ ଯିବାକୁ ପଡୁଛି।ପାଠପଢ଼ାରେ ବ୍ୟାଘାତ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ ।
ଏଥିନେଇ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳୁନଥିବା ବେଳେ ପାପରମେଟଲା ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା ଦୁଇ ତିନିଦିନ ଭିତରେ ସମାଧାନ ନହେଲେ ରାସ୍ତା ଅବରୋଧ ସହ ଇଲେକ୍ଟ୍ରିକାଲଡିଭିଜନ ଅଫିସ ଘେରାଉ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.