ପବିତ୍ର ଚୈତ୍ର ପର୍ବ ଅବସରରେ ମା’ତାରାତାରିଣୀ ପୀଠଠାରେ ପ୍ରଶାସନ ପକ୍ଷରୁ ଭଜନ ଓ ଲୋକ ନୃତ୍ୟ ପରିବେଷଣ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠ ଠାରେ ଅନୁଷ୍ଟିତ ହେବାକୁ ଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ଓ ଲୋକ ନୃତ୍ୟ ଭାରତ ଲୀଳା ପ୍ରଦର୍ଶନ ସୋମବାର ହୋଇଯାଇଛି। ପ୍ରଥମ ପାଳି ଅବସରରେ ବହୁ ସ୍ଥାନରୁ ଆସିଥିବା ଭକ୍ତ ମାନଙ୍କ ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ଗଣେଶ ପଟ୍ଟନାୟକ ତାଙ୍କ ଦଳ ଅତି ସୁନ୍ଦର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ପରେ ପରେ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସଂସଦ, କଣ୍ଟାଡୋର ର କଳାକାର ଗଣ ଲୋକ ନୃତ୍ୟ ଭାରତଲୀଳା ପରିବେଷଣ ଗୁରୁ କେଶବ ଚନ୍ଦ୍ର ଆଚାର୍ଯ୍ୟ ଓ ତାଙ୍କ କଳାକାର ପରିବେଷଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ। ଏଠାରେ ପ୍ରକାଶ ଥାଉକି ଚୈତ୍ର ପର୍ବ ପାଳନ ଅବସରରେ ପ୍ରତି ପାଳିର ସୋମବାର ଦିନ ମା’ ତାରାତାରିଣୀ ପୀଠ ପାହାଚ ସିଂହ ଦ୍ୱାର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ।

ad-week
Leave A Reply

Your email address will not be published.