ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ : କଲମ ଟୁ ଆରଆର କରେକ୍ସନ ଉପରେ ଗୁରୁତ୍ୱ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା ଯୋଜନା ଆନୁକୂଲ୍ୟ ରେ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬୪୩ ଜଣ ଯୋଗ୍ୟ ଭୂମିହୀନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି । ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି । ବିଶେଷ କରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଗ୍ରାମକଣ୍ଠକ ମାମଲା ଗୁଡିକ ଆବେଦନ କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରଖାଯାଇଛି । ଏହା ସହିତ ମ୍ୟୁଟେସନ କେସ ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ଫଇସଲା କରିବାକୁ କୁହାଯାଇଛି, ବେ-ବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା । କଲମ ଟୁ ଆର ଆର କରେକ୍ସନ(ଜମି ପଟ୍ଟା ଗୁଡିକ ଅପଡେଟ )ଉପରେ ଗୁରୁତ୍ୱ ଦିଆଯାଇଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଜାଗା ପ୍ରଦାନ କରିବା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ମଧ୍ୟ ଜାଗା ପ୍ରଦାନ କରିବାକୁ କୁହାଯାଇଛି, ସରକାରୀ ସ୍କୁଲ, କଲେଜ ଓ ଡିଗ୍ରୀ କଲେଜ ଶିକ୍ଷାନୁଷ୍ଠାନ କୁ ଜମି ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଥିବା ବେଳେ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି ।

ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲା ରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବାକୁ କୁହାଯାଇଛି, ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି । ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ହେଲମେଟ ଚେକିଂ ସହିତ ଅଧିକରୁ ଅଧିକ ଏନଫୋସମେଣ୍ଟ କରିବାକୁ କୁହାଯାଇଥିଲା । ବିଶେଷକରି ଜାତୀୟ ରାଜପଥ, ସହରାଚଂଳ,ସ୍କୁଲ ବସ ଆଦି ସ୍ଥାନରେ କଡାକଡି ଚେକିଂ ପାଇଁ ଆରଟିଓ ଙ୍କୁ କୁହାଯାଇଛି । ମାପ ଓ ଓଜନ ବିଭାଗ କୁ ମଧ୍ୟ ଚଢାଉ କରିବାକୁ ନିର୍ଦେଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ) ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଶିବା ଶିଷ ବରାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ ଉମାକାନ୍ତ ବେହେରା , ଡେପୁଟି କଲେକ୍ଟର (ରାଜସ୍ୱ )ପ୍ରଦୀପ କୁମାର ସାହୁ, ଡେପୁଟିକଲେକ୍ଟର (ଜରୁରୀ କାଳୀନ )ଅଭିଷେକ ସାହୁ ଙ୍କ ସମେତ ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.