ଶିଶୁ ବାଟିକାରେ ନାମଲେଖାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ନିମନ୍ତ୍ରଣ ପତ୍ର ବଣ୍ଟନ

add-all

ମାଲକାନଗିରି : ଜାତୀୟ ଶିକ୍ଷା ନୀତି -୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରଥମ ଥର ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୨ ତାରିଖରେ ବିଦ୍ୟାଳୟ ସ୍ତରରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ଅନୁଷ୍ଠିତ ହେବ । ଏଥି ସହ ଶିଶୁବାଟିକାର ମଧ୍ୟ ଶୁଭାରମ୍ଭ କରାଯିବ । ତେଣୁ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଯୋଗ୍ୟ ବିବେଚିତ ପିଲାଙ୍କ ପରିବାରକୁ ଜିଲ୍ଲାପ୍ରଶାସନ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ରବଣ୍ଟନ ର ଶୁଭାରମ୍ଭ କରାଗଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଆଶିଷ ଈଶ୍ବର ପାଟିଲ୍, ଜିଲ୍ଲାପାଳ, ମାଲକାନଗିରି ଓ ଶ୍ରୀ ଉମା ପ୍ରସାଦ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ମାଲକାନଗିରି, ଶ୍ରୀ ଗୌରାଙ୍ଗ ସାଜ୍ଜନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ମାଲକାନଗିରିଙ୍କ ଦ୍ୱାରା ସ୍ଥାନୀୟ ବୁଟିଗୁଡାଠାରେ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । । ଆସନ୍ତା 28 ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ବିବେଚିତ ପିଲାଙ୍କ ପରିବାର ନିକଟରେ ପହଞ୍ଚିବାକୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା, ମାଲକାନଗିରିର ଶୈକ୍ଷିକ ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ, ଶୈକ୍ଷିକ ପରାମର୍ଶଦାତା ଶ୍ରୀ ସୀତାରାମ ଗୌଡ, ଶ୍ରୀ ସରୋଜ କୁମାର ସାମନ୍ତରାୟ, ସହକାରୀ ଯନ୍ତ୍ରୀ, ଶ୍ରୀ ସତ୍ୟବ୍ରତ ମିଶ୍ର, ପ୍ରୋଗ୍ରାମର, ବୁଟିଗୁଡାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି , ଆଞ୍ଚଳିକ ସାଧାନ କେନ୍ଦ୍ର ସଂଯୋଜକ, ମାଲକାନଗିରି ପୌରପାଳିକା ଏବଂ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଟିଗୁଡା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.