୨ୟ ପର୍ଯ୍ୟାୟ ନବଭାରତ ସାକ୍ଷର ପରୀକ୍ଷା ଅନୁଷ୍ଠିତ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୧୨ ଗୋଟି ପଂଚାୟତରେ ଥିବା ୨୪ ଗୋଟି କ୍ଲଷ୍ଟରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କର ନବ ଭାରତ ସାକ୍ଷରତା (ଉଲ୍ଲାସ) କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମୀଣ ସ୍ତରରେ ଥିବା ୧୫ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ଆଦୌ ପାଠ ପଢି ନଥିବା କିମ୍ବା ଅଧାରୁ ପାଠ ଛାଡିଥିବା ପୁରୁଷ ଏବଂ ମହିଳା ନିରକ୍ଷର ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷର କରିବା ପାଇଁ ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁ ରହିଅଛି । ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟ ଗୋଟିଏ ମାର୍ଚ ଏବଂ ଅନ୍ୟଟି ଅକ୍ଟୋବର ମାସରେ ପରୀକ୍ଷା ହୋଇଥାଏ ଏହି କାର୍ଯ୍ୟକ୍ରମ ୨୦୨୭ ପର୍ଯ୍ୟନ୍ତ ଚାଲୁରହିବ । ପରୀକ୍ଷା ସକାଳ ୧୦ ଘଟିକା ଠାରୁ ୫ ଘଟିକା ଭିତରେ ପରୀକ୍ଷାର୍ଥୀ ଯେକୌଣସି ସମୟରେ ନିଜ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଯାଇ ୨ ଘଣ୍ଟା ପରୀକ୍ଷା ଦେଇପାରିବେ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୦ ଅକ୍ଟୋବର ୨୦୨୪ରେ ହୋଇଥିଲା ସେଥିରେ ୭୫୦ ଜଣ ପରୀକ୍ଷାର୍ଥୀ ପାଇଁ ଲକ୍ଷ୍ୟ ଥିବାବେଳେ ୯୫୬ ଜଣ ପରୀକ୍ଷା ଦେଇଥିଲେ ସେଥିରୁ ୯୦୧ ଜଣ କୃତକାର୍ଯ୍ୟ ହାସଲ କରିଥିଲେ । ଚଳିତ ଶିକ୍ଷା ବର୍ଷରେ ରାଇକିଆ ଗୋଷ୍ଠୀ ଅଞ୍ଚଳରେ ୬୮୦ ଜଣଙ୍କ ପାଇଁ ଲକ୍ଷ୍ୟ ଥିବାବେଳେ ୭୧୧ ଜଣ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୮୫୨ ଜଣଙ୍କ ସର୍ଭେ କରାଯାଇଅଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ବ୍ଲକ ନୋଡାଲ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀମାଦ୍ରି କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଓ ସୁଚାରୁରୂପେ ସଂଗଠିତ ହୋଇଅଛି । ପରୀକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକ ମାନଙ୍କ ସହ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା ପରିଚାଳନା କରିଥିବାବେଳେ ସୀମାଦ୍ରି କହଁର ବିଭିନ୍ନ ପରିକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସିଆର୍‌ସିସି, ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.