ପ୍ରାଥମିକ ଶିକ୍ଷକସଂଘ ସାଧାରଣ ସମ୍ପାଦକଙ୍କ ବିୟୋଗ

add-all

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ତଥା ହିଞ୍ଜିଳିକାଟୁ ବ୍ଳକ ଚୈତନ୍ୟପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ମହାରଣାଙ୍କ ବୁଧବାର ମୃତ୍ୟୁ ଘଟିଛି।‌ ଗତ କିଛି ଦିନ ଧରି ସେ ଶାରୀରିକ ଅସୁସ୍ଥ ରହିଥିଲେ। ତାଙ୍କରି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗଞ୍ଜାମ ଜିଲ୍ଲାର ବହୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବ୍ରହ୍ମପୁର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଗଞ୍ଜାମ ଜିଲ୍ଲା ଶିକ୍ଷକ ସମାଜ ଜଣେ ନିର୍ଭୀକ, କର୍ତ୍ତ୍ୟବ ପରାୟଣ, ପରୋପକାରୀ ଓ ସଂଗ୍ରାମୀ ନେତାଙ୍କୁ ହରାଇଛନ୍ତି ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି।‌ ପୂର୍ବରୁ ସେ ହିଞ୍ଜିଳିକାଟୁ ବ୍ଳକ ଶିକ୍ଷକ କଲ୍ୟାଣ ସମିତି ସଭାପତି ଓ ଦୁର୍ବନ୍ଧ କ୍ଳଷ୍ଟରର ସିଆରସିସି ଭାବେ କାର୍ଯ୍ୟ ସମ୍ପାଦନା କରି ଆସିଥିଲେ। ତାଙ୍କରି ମୃତ୍ୟୁରେ ଗଞ୍ଜାମ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.