ଖାଦ୍ୟ ଆୟୋଗ କମିଟିର ଚିତ୍ରକୋଣ୍ଡା ଗସ୍ତ…

add-all

ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲାରେ ରାଜ୍ୟ ଖାଦ୍ୟ ଆୟୋଗର କମିଟି ସଦସ୍ୟଙ୍କ ଚିତ୍ରକୋଣ୍ଡା ସମିତି କୁ ଗସ୍ତ କରିଛନ୍ତି । ଏହି ଗସ୍ତରେ ସେମାନେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି, ଆଶ୍ରମ ବିଦ୍ୟାଳୟ, ସେବା ଆଶ୍ରମ ଓ ଛତୁଆ ମିଶ୍ରଣ କେନ୍ଦ୍ର କୁ ଗସ୍ତ କରିଥିଲେ। ସେମାନେ ପ୍ରଥମେ ssd ଚିତ୍ରକୋଣ୍ଡା ବିଦ୍ୟାଳୟ ଓ ଛାତ୍ରୀନିବାସ ଗସ୍ତ କରିଥିଲେ। ସେଠାରେ ଖାଦ୍ୟର ଗୁଣାବଳୀ ଓ ମାନଦଣ୍ଡ ଯାଞ୍ଚ କରିଥିଲେ କିନ୍ତୁ cctv କାର୍ଯ୍ୟକ୍ଷମ ହୋଉ ନଥିବାରୁ କ୍ଷେବ ପ୍ରକାଶ ସହ cctv ଚାଲୁ କରିବାକୁ ପରାମର୍ଶ ଦେଇଛନ୍ତି।

ଛତୁଆ ମିଶ୍ରଣ କେନ୍ଦ୍ରରେ ଅନିୟମିତତା, ନିମ୍ନମାନର ଛତୁଆ ଦେଖି ବିଗିଡି ଥିଲେ କମିଟି ଦଳ ଓ ୧୮୦ ଅଙ୍ଗନବାଡି କେନ୍ଦ୍ର ରେ ଗର୍ଭବତୀ ମହିଳା ଓ ଛୁଆ ଙ୍କ ପାଖରେ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ସହ ତାଗିତ କରିଥିଲେ। ,ଛତୁଆର ଗୁଣାବଳୀ, ମାନଦଣ୍ଡ ବୃଦ୍ଧି କରିବା ,ସଠିକ ସମୟ ରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଛତୁଆ ପହଁଚିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଗସ୍ତ ଦୟାନିଧି ଦାସ, ଅକ୍ଷୟ କୁମାର ବେହେରା, ଚିତ୍ରକୋଣ୍ଡା ବିଡ଼ିଓ ଶ୍ରୀମତୀ ପ୍ରିତା କୁମାରୀ, ଛତୁଆ ପ୍ରୋଗ୍ରାମ ଅଫିସର ପି ଜୟ ଲକ୍ଷ୍ମୀ,ସିଡିପିଓ ସ୍ଵର୍ଣପ୍ରଭା ଦାସ ,ପବିତ୍ର ପାଣିଗ୍ରାହୀ,ହେମନ୍ତ ଭୂୟାଁ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.