ଉପ ସାଧାରଣ ସମ୍ପାଦକ ଜାତୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟିପିଏସଡିଏଲ୍ ଉପଖଣ୍ଡ ଅଧିକାରୀ ଇଂ ସୁନୀଳ କୁମାର ସ୍ୱାଇଁ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଉପ ସାଧାରଣ ସମ୍ପାଦକ ଜାତୀୟ ସ୍ତରୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ଅଖିଳ ଭାରତ ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ସମ୍ମିଳନୀରେ ସମ୍ପୂର୍ଣ୍ଣ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଉପ ସାଧାରଣ ସମ୍ପାଦକ ଭାବେ ଉପଖଣ୍ଡ ଅଧିକାରୀ ଇଂ ଶ୍ରୀ ସ୍ୱାଇଁ ମନୋନୀତ ହୋଇଛନ୍ତି। ଏହା ସହିତ ଜାତୀୟ ସ୍ତରୀୟ ଷ୍ଟିଅରିଂ କମିଟିକୁ ମଧ୍ୟ ସେ ଉନ୍ନୀତ ହୋଇଛନ୍ତି। ଏଥି ପୁର୍ବରୁ ସାଉଥକୋ ପାୱାର ଇଞ୍ଜିନିୟରସ୍ ସଂଘର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପାୱାର ଏମ୍ପ୍ଲଇଜ୍ ଜଏଣ୍ଟ ଫୋରମର ସେକ୍ରେଟାରୀ ଜେନେରାଲ ଭାବେ ସେ ନିଜ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ। ସେ ସଦା ସର୍ବଦା ବିଦ୍ୟୁତ୍ ସେବାରେ କାର୍ଯ୍ୟରତ ଇଞ୍ଜିନିୟର ଓ କର୍ମକର୍ତ୍ତାଙ୍କ ବିଭିନ୍ନ ସୁବିଧା, ଅସୁବିଧା ଓ ନ୍ୟାୟ ପାଇ ଉପକୃତ ହେବେ ତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରି ଆସୁଛନ୍ତି। ଉପଖଣ୍ଡ ଅଧିକାରୀଙ୍କ ଏହି ସଫଳତା ହିଞ୍ଜିଳିକାଟୁ ଟିପିଏସଓଡିଏଲ୍ ଅଧିକାରୀ ଏବଂ କର୍ମଚାରୀ ମହଲରେ ଖୁସିର ମାହୋଲ ଖେଳି ଯାଇଛି।

ad-week
Leave A Reply

Your email address will not be published.