ସଠିକ୍ ଖାଦ୍ୟ ନିମନ୍ତେ ପୁରସ୍କୃତ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର

add-all

ମାଲକାନଗିରି : ସଂପୂର୍ଣ୍ଣ ଭୋଜନ ସୁସ୍ଥ ଜୀବନ ଟାଗ୍ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚାଳିତ ଇଟ୍ ରାଇଟ୍ ଚ୍ୟାଲେଞ୍ଜ ଫେଜ୍ ୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପୁରସ୍କୃତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇଟ୍ ରାଇଟ୍ କ୍ୟାମ୍ପସ ଭାବେ ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଇଟ୍ ରାଇଟ୍ ପ୍ଲେସ ଅଫ୍ ୱରସିପ ନିମନ୍ତେ ପୁରସ୍କୃତ କରାଯାଇଛି । ୧୭ ଫେବୃୟାରୀରେ ଫୁଡ୍ ଏବଂ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଏକ ଅଡିଟରଙ୍କ ଦଳ ମାଲକାନଗିରି ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଦରମହକୁମା ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ପ୍ରସ୍ତୁତ ଓ ପ୍ରଦାନ କରାଯାଉଥିବା ଖାଦ୍ୟର ସୁରକ୍ଷା ଓ ମାନ ନିରୀକ୍ଷଣ କରିଥିଲେ। ଖାଦ୍ୟ ସୁରକ୍ଷା ମାନକ ହିସାବରେ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉଅଛି ବୋଲି ଏହି ପ୍ରତିନିଧି ଦଳ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗକୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଏହି ସଫଳତାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହା ଜିଲ୍ଲା ପାଇଁ ଏକ ଖୁସିର ବିଷୟ। ଏଥି ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିରରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ ଏହି ପୁରସ୍କାର ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

ad-week
Leave A Reply

Your email address will not be published.