ଡବଲ ଇଞ୍ଜିନ ସରକାର ସହ ସାମିଲ ହେଲେ ପୋଲିସ, କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ସବୁ ବର୍ଗରୁ ନିନ୍ଦା…..!

add-all

କଂଗ୍ରେସ ପକ୍ଷରୁ ନାରୀ ମାନଙ୍କୁ ସୁରକ୍ଷା ଦାବୀ କରି ବିଧାନସଭା ଘେରାଉ…..!

ବ୍ରହ୍ମପୁର : ଡବଲ ଇଞ୍ଜିନ ସରକାର ରାଜ୍ୟରେ ଆସିବା ପରେ ଆଇନ ଶୃଙ୍ଖଳା ସାରା ରାଜ୍ୟରେ ବିଗିଡ଼ି ଯାଇଛି। ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନାହାନ୍ତି। ନାବାଳିକା ମାନେ ଛୁଆ ଜନ୍ମ କରୁଛନ୍ତି। ନାରୀ ମାନଙ୍କୁ ସୁରକ୍ଷା ଦେବା ନେଇ ବିଧାନସଭା ଗୃହରେ ଆଲୋଚନା କରିବାକୁ ଶାସକ ଦଳ ପଛ ଗୁଞ୍ଛା ଦେବା ସହ ସମସ୍ତ କଂଗ୍ରେସ ବିଧାୟକ ମାନଙ୍କୁ ନିଲମ୍ବନ କରିବା ଯୋଗୁଁ ଆଜି ସାରା ରାଜ୍ୟରୁ କଂଗ୍ରେସ କର୍ମୀ ମାନେ ଭୁବନେଶ୍ୱର ରେ ମେଳି ବାନ୍ଧି ବିଧାନସଭା ଘେରାଉ ପାଇଁ ଯାଉଥିଲେ। ରାଜ୍ୟ ସରକାର ଭୁବନେଶ୍ୱର କୁ ପୋଲିସ ଛାଉଣୀ କରି ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନଙ୍କୁ ଅଟକାଇ ଥିଲେ। ଯେତେବେଳେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ବିଧାନସଭା ଆଡ଼କୁ ମାଡିଯିବା ପରେ ପୋଲିସ ଲାଠିମାଡ଼, ଲୁହାବୁହା ବାଷ୍ପ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲେ। ପଥର ମାଡ଼, ଲାଠି ମାଡ଼ରେ ବାହୁ କଂଗ୍ରେସ କର୍ମୀ ଆହତ ହୋଇଥିଲେ।ଏହାପରେ ଦଳର ଆଗ ଧାଡ଼ିର ନେତା ମାନଙ୍କୁ ଜୋର ଜବରଦସ୍ତ ଗିରଫ କରିଥିଲେ। ଡବଲ ଇଞ୍ଜିନ ସରକାର ର ତାନାସାହି ହୋଇ କଂଗ୍ରେସ କର୍ମୀ ମାନଙ୍କୁ ନିର୍ଧୁମ ମାଡ଼ ମାରି ଲହୁଲୁହାଣ କରିଥିବା ଯୋଗୁଁ ଆସିକାର ବିଜେଡ଼ି ର ବରିଷ୍ଠ ନେତା ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡ଼ା ଦୃଢ଼ ନିନ୍ଦା କରିଛନ୍ତି।

ad-week
Leave A Reply

Your email address will not be published.