ଉଦଘାଟିତ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା

add-all

ଚିକିଟୀ — ଏହି ବ୍ଲକରେ ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ଅନ୍ତ୍ୟୋଦୟ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ କର କମଳରେ ବଣ୍ଟନ କରଯାଇଥିଲା l ପ୍ରଥମେ ରାଜ୍ୟର କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ ଏହି ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ନେତୃତ୍ୱ ରେ ଆଭାସୀ ମାଧ୍ୟମରେ ହୋଇଥିବା ଦେଖିବାକୁ ମିଳିଥିଲା। ଘର ପାଇଁ ମିଳିବ ୧ ଲକ୍ଷ୍ୟ ୨୦ ହଜାର ଟଙ୍କା ତା ସହିତ ଧାର୍ଯ୍ୟ ସମୟରେ ଘର କାମ ସାରିଲେ ଅତିରିକ୍ତ ୨୦ ହଜାର ଦେବେ ସରକାର।ପରେ ପରେ ଏହି ପରିସରରେ ଏକ ସାଧାରଣ ସଭା ସ୍ଥାନୀୟ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ କରାଯାଇଥିବା ବେଳେ ଏଠାରେ କନିଷ୍ଠ ଯନ୍ତ୍ରୀ ଉଦୟ ପ୍ରଧାନ, ତହସିଲଦାର ବିଶ୍ବରଂଜନ କହଁର, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ଯୋଗଦେବ ଚୌଧିରୀ ପ୍ରମୁଖ ବିଧାୟକ ଙ୍କ ଗହଣରେ ରହି ୧୭ ଟୀ ପଞ୍ଚାୟତ ର ମୋଟ ୬୧ ଜଣ, ଗରିବ, ଭିନ୍ନକ୍ଷମ,ବିଧବା ନିତ୍ୟ ଦୂରାରୋଗ୍ୟ ବ୍ୟକ୍ତି ମାନଙ୍କୁ ଗୃହନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ଏହି ଅବସରରେ ଶ୍ରୀଯୁକ୍ତ ସାମନ୍ତରା ପ୍ରକାଶ କରିଥିଲେ ଯେ ଏହି ବ୍ଲକରେ ଉକ୍ତ ଯୋଜନା ରେ କୋୖଣସି ରାଜନୀତିକରଣ କରାନଯାଇ ଯୋଗ୍ୟ ହିତାଧିକାରୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ପରେ ପରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା କୁ ଗ୍ରାମପଞ୍ଚାୟତ ସମ୍ପ୍ରସାରିଣୀ ଅଧିକାରୀ ଚକ୍ରଧର ପ୍ରଧାନ,ବିଭାଗୀୟ ଅଧିକାରୀ ରାମକୃଷ୍ଣ ବେହେରା,ଏପିଓ ଯୋଗେନ୍ଦ୍ର ସେଠି ପ୍ରମୁଖ ଯୋଗ ଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ad-week
Leave A Reply

Your email address will not be published.