ଵାସନ୍ତିକ ଦୁର୍ଗୋତ୍ସଵ ପାଇଁ ମାଁ ରାମଚଣ୍ଡୀ ଙ୍କ ପୀଠ ଚଳଚଞ୍ଚଳ

add-all

🚩ଜୟ ମାଁ ରାମଚଣ୍ଡୀ 🚩

ଛତ୍ରପୁର : ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ଚୈତ୍ରନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି l ଏହି ନବରାତ୍ରୀ ପୂଜାକୁ ଵାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ l ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ଙ୍କ ପୀଠରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଏହି ପୂଜା ପାଳନ କରାଯାଏ l ନବରାତ୍ରୀ ପୂଜାର ପ୍ରାରମ୍ଭ ଦିଵସ ଅଵସରରେ ରାଜରାଜେଶ୍ବରୀ ମା’ ରାମଚଣ୍ଡୀ ଙ୍କ ସ୍ଵତନ୍ତ୍ର ଵେଶରେ ଦର୍ଶନ ମିଳିଥିଲା l ପ୍ରତ୍ୟେକ ଦିନ ଭକ୍ତମାନେ ଦୂର ଦୁରାନ୍ତରୁ ଆସି ନିଜ ମନସ୍କାମନା ପୂରଣ ପୂର୍ବକ ଏଠି ଶ୍ରୀଚଣ୍ଡୀପାଠ, ହବନ, ପୁଷ୍ପାର୍ଚନ, ଆରତୀ ଓ ପ୍ରସାଦ ସେବନ କରିଥାନ୍ତି l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁ ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ମୁଖ୍ୟ ଶ୍ରୀ ସୁଧାକର ପଣ୍ଡା ଙ୍କ ଦ୍ୱାରା ସପ୍ତମୀ ଠାରୁ ନଵମୀ ତିଥି ଯାଏଁ ମାଁ ଙ୍କ ପୂଜାର୍ଚନା ଅନୁଷ୍ଠିତ ହୋଇଥାଏ ଏବଂ ଏଥିରେ ଶ୍ରୀ କାମାକ୍ଷୀ ପଣ୍ଡା ପ୍ରତିନିଧିତ୍ୱ କରିଥାନ୍ତି l ଏହି ପୂଜା ପୀଠ ପୁରୋହିତ ରତ୍ନପଣ୍ଡିତ ଶ୍ରୀ ନବକୃଷ୍ଣ ଆଚାର୍ଯ୍ୟ ଓ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥାଏ l ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ରାମକୃଷ୍ଣ ଶତପଥୀ,ପଣ୍ଡିତ ରାକେଶ କୁମାର ମିଶ୍ର, ପଣ୍ଡିତ ଆଦିତ୍ୟ ନନ୍ଦ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା,ଜୋତିର୍ବିଦ ଦୀପକ ଦାସ, ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର ଓ ପୂଜା କମିଟି ର ସମସ୍ତ ସଦଶ୍ୟ, ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡା, ଯୋଗେନ୍ଦ୍ର ପଣ୍ଡା ଓ ରାମବାବୁ ପ୍ରମୁଖ ସହଯୋଗ କରିଥାନ୍ତି l

ad-week
Leave A Reply

Your email address will not be published.