ରାଜକବି କୃଷ୍ଣସିଂହ ଜୟନ୍ତୀ ଆସିକା ଠାରେ ପାଳିତ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଆସିକା ଠାରେ ରାଜକଵି କୃଷ୍ଣସିଂହ ଜୟନ୍ତୀ ମହାସମାହରେ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷ୍ଣସିଂହ ସାହିତ୍ୟ ପରିଷଦ ର ୮୧ ତମ ପ୍ରତିଷ୍ଠା ଦିବସ ଓ ରାଜକବି କୃଷ୍ଣସିଂହ ଜୟନ୍ତୀ ପରିଷଦ ର ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମହିଳା କମିଶନର ଲୋପ୍ରାମୁଦ୍ରା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅମ୍ରିତା ମିଶ୍ର, ବିସଂମ୍ମାନିତ ଅତିଥି ଭାବେ ଶିଷ୍ଟ କଥା ଶିଳ୍ପୀ ଡ଼. ବାସନ୍ତୀ ମହାନ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଧରାକୋଟ ରାଜବଂଶର ରାସକବି କୃଷ୍ଣସିଂହଙ୍କ କାବ୍ୟକ କୃତି ସମ୍ପର୍କ ରେ ସମସ୍ତ ଅତିଥି ଆଲୋଚନା କରିଥିଲେ। ଯୁବକବି ରାଜେଶ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏକ କବିତା ପାଠତ୍ସବ ରେ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ। ପରିଷଦ ର ସମ୍ପାଦକ ବରିଷ୍ଠ ଆଇନଜୀବି ସରୋଜ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ,ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶ ରେ ବିଭିନ୍ନ ରାଜନୈତିକ ଦଳର ନେତା. ଆଇନଜୀବୀ, ସମାଜ ସେବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.