ଅନ୍ୱେଷା ଅନ୍ତେବାସୀ ପରିବାରର ବାର୍ଷିକ ଉତ୍ସବ ଅନୁଷ୍ଠିତ

add-all

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ଅଗ୍ନିପୁର ପଞ୍ଚାୟତ ର ଟିର୍ଲି ଆମ୍ବଗୁଡା ସ୍ଥିତ ଅନ୍ୱେଷା ଅନ୍ତେବାସୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝି, ସମ୍ମାନିତ ଅତିଥି ଭାବେ ଅଗ୍ନିପୁର ପଞ୍ଚାୟତର ସରପଞ୍ଚ ଦିବାକର ପୁଜାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲା ସଂସ୍କୃତି ଅଧିକାରୀ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ,ସହକାରୀ ଜିଲା ଜିଲ୍ଲା ମଙ୍ଗଳ ଅଧିକାରୀଣୀ,ଓ କାଳି କିଙ୍କର ପଟ୍ଟନାୟକ ମଞ୍ଚାସିନ ଥିଲେ।

ପ୍ରଥମେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶିକ୍ଷା ସହ ନିଜ ସଂସ୍କୃତି ପରମ୍ପରା ଯେମିତି ବଞ୍ଚିରହିବା ସହ ଭବିଷ୍ୟତରେ ତାହାହିଁ ଆମ ପରିଚୟ ହେବ ସେଥିପ୍ରତି ଚେଷ୍ଟିତ ରହିବାକୁ୍‌ କହିଥିଲେ। ଅନ୍ୟାନ୍ୟ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଅନ୍ୱେଷା ର ଦୀର୍ଘ ୧୦ ବର୍ଷ ଯାତ୍ରା ର ଅନେକ ଉପଲବ୍ଧି ବଖାଣି କହିଥିଲେ ଯେ ଶିକ୍ଷା ର ଶକ୍ତି ଓ ସାମର୍ଥ୍ୟ ଏତେ ପ୍ରଖର ଯେ ଅସମ୍ଭବ କୁ ସମ୍ଭବ କରିବାରେ ସହାୟକ ହୋଇଥାଏ।ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମାଝୀ ୧୯୩୬ ମସିହାରୁ ଆଜିଯାଏଁ ଚାଲି ଆସିଥିବା ଶିକ୍ଷାନୀତିକୁ ପରିବର୍ତ୍ତନ କରି ନୂତନ ଶିକ୍ଷା ନିତୀ ପ୍ରଚଳନ କରିବା ସରକାରଙ୍କ ଏକ ମହାନ ଉପଲବ୍ଧି ଓ ପଦକ୍ଷେପ ବୋଲି କହିବା ସହ ମାନସିକ, ବୌଦ୍ଧିକ, ଶାରୀରିକ ଓ ଆଧ୍ୟାତ୍ମିକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ହେବ ଏଥିରେ ତିଳେ ବି ସନ୍ଦେହ ନାହିଁ ବୋଲି କହିବା ସହ ଯାହାବି କଲେ ନିଜର ଉତ୍କୃଷ୍ଟତା ଦେଇ କରିବା ଉଚିତ୍ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ରେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଅନ୍ୱେଷା ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କାଳି କିଙ୍କର ପଟ୍ଟନାୟକ।

ad-week
Leave A Reply

Your email address will not be published.