ବେଆଇନ ମୋରମ ଚୋରା ଚାଲାଣ ବେଳେ ଟିପର, ହାଇୱା ସହ ହିଟାଚି ଜବତ : ୯ ଗିରଫ, ଚଢ଼ାଉ କଲା ସ୍ୱତନ୍ତ୍ର ଟିମ

youtube

ଛତ୍ରପୁର : ବେଆଇନ ମୋରମ ଚୋରା ଚାଲାଣ ଏବଂ ଉତ୍ତୋଳନ ବେଳେ ମାଡ଼ି ବସିଲା ପୁଲିସ, ୩ଟିପର, ୨ହାଇୱା ଏବଂ ହୁଡ଼ାଇ ହିଟାଚି ସହ ୯ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ, ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର (ପଇତାରୀ )ପାହାଡ଼ରୁ ବେଆଇନ ମୋରମ ଚାଲାଣ ହେଉଥିବା ବେଳେ ଖବର ପାଇ ଛତ୍ରପୁର ଥାନା ର ସ୍ୱତନ୍ତ୍ର ଟିମ ସେଠାରେ ପହଁଚି ଚଢ଼ାଉ କରିଥିଲା, ସେଠାରେ ୩ଟିପର, ୨ହାଇୱା ଏବଂ ହୁଡ଼ାଇ ହିଟାଚି ଗାଡିକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ୯ଜଣ ଯଥା ହିଟାଚି ଅପରେଟର, ସୁପରଭାଇଜର, ଗାଡି ଚାଳକ ଓ ହେଲପର ମାନଙ୍କୁ ଗିରଫ କରିଥିଲା, ଏସଆଇ ସଂଗ୍ରାମ ଦେହୁରୀ ଙ୍କ ଏତଲା ଦାୟର କରିଥିଲେ, କେସନଂ ୧୮୮ ଅନୁଯାୟୀ ଗିରଫ ୯ଜଣ ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ, ସେମାନେ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଂଚଳ ର ଡ୍ରାଇଭର ତୁଳରାମ ବାଗ, ଶଙ୍କର ଗୁରୁଡ଼ି ଓ ହେଲପର ସୁଶାନ୍ତ ସୁନା, ଚମାଖଣ୍ଡି ଥାନା ଅଂଚଳ ର ଡ୍ରାଇଭର ଜଗନ୍ନାଥ ସ୍ୱାଇଁ, ହେଲପର ରାଜେଶ କୁମାର ପ୍ରଧାନ,ଛତ୍ରପୁର ଥାନା ଅଂଚଳ ର ଡ୍ରାଇଭର ବାବୁ ପ୍ରଧାନ ଓ କୃଷ୍ଣ ଚନ୍ଦ୍ର ମହାଙ୍କୁଡ, ଆସିକା ଥାନା ଅଂଚଳ ର ହିଟାଚି ଅପରେଟର ଉତ୍ତମ କୁମାର ନାୟକ ଏବଂ ଜରଡ଼ା ଥାନା ଅଂଚଳ ର ହାଇୱା ଡ୍ରାଇଭର ଏନ ରାଙ୍ଗା ରେଡ୍ଡୀ ବୋଲି ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି, ସୂଚନା ଥାଉ କି, ଦୀର୍ଘ ଦିନ ଧରି ସୁନ୍ଦରପୁର ପାହାଡ଼ରୁ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା l

Leave A Reply

Your email address will not be published.