ଗଞ୍ଜାମ ଜିଲ୍ଲାରେ ଇଦ-ଉଲ- ଫିତର ଧୁମ ଧାମରେ ପାଳିତ…

add-all


ବ୍ରହ୍ମପୁର: ସାରା ଦେଶରେ ଆଜି ଇଦ-ଉଲ-ଫିତର ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସିକା, ଭଞ୍ଜ ନଗର, ସୋରଡ଼ା, ଖଲ୍ଲିକୋଟ, ବୁଢ଼ାମ୍ବ, କୋଟି ନଡ଼ା ଓ ଆଠଗଡ଼ ଠାରେ ଇଦ-ଉଲ-ଫିତର ପାଳିତ ହୋଇଯାଇଛି। ଆଜି ସକାଳେ ସମସ୍ତ ମୁସଲିମ ପରିବାର ର ପୁରୁଷ ଲୋକମାନେ ନୂଆ ବସ୍ତ୍ର ପରିଧାନ କରି ନିକଟ ମସଜିଦ ଓ ଇଦଗା ରେ ଏକତ୍ରିତ ହୋଇ ନମାଜ ପାଠ ରେ ସାମିଲ ହୋଇଥିଲେ। ନମାଜ ପରେ ସାରା ବିଶ୍ୱରେ ଶାନ୍ତି ମୈତ୍ରୀ ପାଇଁ ସମୂହ ପ୍ରାର୍ଥନା ଓ ଦୁଆ କରିଥିଲେ। ଆସିକା ଜାମିଆ ମସଜିଦ ର ଇମାମ ସାନାୱାଜ ହୁସେନ ଇସଲାମ ଧର୍ମ ଓ ପବିତ୍ର ମାସ ରାମଜାନ ସମ୍ପର୍କ ରେ ବିସ୍ତୃତ ବିବରଣୀ ପାଠ କରିଥିଲେ। ନମାଜ ପରେ ମୁସଲିମ ଭାଇ ମାନେ ପରସ୍ୱର ମଧ୍ୟରେ ଆଲିଙ୍ଗନ କରି ଇଦ ମୁବାରକ ର ବଧେଇ ଦେଇଥିଲେ। ଗରିବ ଗୁରୁବା ମାନଙ୍କୁ ଅର୍ଥ ଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସାରିଫ,ହୁସେନ ସରିଫ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ରିଆଜ ମହମ୍ମଦ,ସେକ ଆସଲାମ, ସେକ ସାଜିଦ, ମେହେମୁଦ ଖାନ, ସେକ ଆସରାଫ, ହାନିଫ ସରିଫ, ସାୟାଦ ୱା ଜିର, ତାଜୁଦିନ ସାରିଫ ଆୟାଜ ସାରିଫ, ଆଲମାସ ସାରିଫ ଙ୍କ ସମେତ ଆଖ ପାଖ ଅଞ୍ଚଳର ଶତାଧିକ ମୁସଲମାନ ସମ୍ପ୍ରଦାୟ ର ଲୋକେ ମସଜିଦ ଠାରେ ସାମୁହିକ ପ୍ରାର୍ଥନା ରେ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.