ଅଶାନ୍ତ ଗଞ୍ଜାମ :ଗଞ୍ଜାମ ଜିଲ୍ଲାରେ ଲଗାତାର ମୁଣ୍ଡ ଗଡ଼ିବା ସିଲ ସିଲା ଜାରି…

youtube


ଦଣ୍ଡ ନାଚର ମୁଖିଆ ବାପ ପୁଅ ରକ୍ତ ମୁଖା ହୋଇ ତଣ୍ଟି କାଟି ଜଣକୁ କଲେ ହତ୍ୟା …..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କଥା କଥାକେ ମୁଣ୍ଡ ଗଡ଼ିବା ସିଲ ସିଲା ଜାରି ରହିଛି। ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଅଞ୍ଚଳ ରେ ଲଗାତାର ଦୁଇ ଦିନରେ ଦୁଇ ମୁଣ୍ଡ ଗଡ଼ିବା ପରେ। ଗତ କାଲି ବ୍ରହ୍ମପୁର ସ୍ଥିତ ବଡ଼ ବଜାର ଜେନା ସାହିରେ ବେଲଗାଁ ଦଣ୍ଡ ନାଚ ଚାଲିଥିଲା। ଏହି ସମୟରେ ସାଧାରଣ ଏକ ବଚସା କୁ କେନ୍ଦ୍ର କରି ଦଣ୍ଡ ନାଚ ମୁଖିଆ ଓ ତାଙ୍କ ପୁତ୍ର ଦଣ୍ଡ ନାଚର ସଦସ୍ୟ ଜଗଦୀଶ ଙ୍କ ଗଳାକୁ କାଟି ଦେଇଥିଲେ।ଚିକିତ୍ସା ଧୀନ ଅବସ୍ଥାରେ ଜଗଦୀଶ ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ପୁରୁଷୋତ୍ତମପୁର ଓ ରବିବାର ଦିନ କବିସୂର୍ଯ୍ୟନଗର ଥାନା ଇଲାକାରେ ଦୁଇଟି ମୁଣ୍ଡ ଗାଡ଼ିଥିଲା। ପୁରୁଷୋତ୍ତମପୁର ଥାନା ଅଞ୍ଚଳ ରେ ସିକୁଳା ଗ୍ରାମର ସୁମନ୍ତ ମହାପାତ୍ର ଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ରେ ଆକ୍ରମଣ କରାଯାଇଥିଲା। ସୁମନ୍ତଙ୍କୁ ବ୍ରହ୍ମପୁର ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପଡୋଶୀ ଥାନା କବିସୂର୍ଯ୍ୟନଗର ଥାନା ଇଲାକାରେ ଦୁର୍ଦ୍ଧାନ୍ତ ଅପରାଧୀ ଲକ୍ଷ୍ମୀ ନାରାୟଣ ପାଇକରାୟ କୁ ପଥରା ପଲ୍ଲୀ ଠାରେ ଅତି ନିକଟରୁ ଗୁଳି ମାରି ହତ୍ୟା କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଦୁଇଟି ପୋଲିସ ଜିଲ୍ଲାରେ ରୀତିମତ ମୁଣ୍ଡ ଗଡ଼ିବା ସିଲ ସିଲା ଜାରି ରହିଛି। ଆଇନ ଶୃଙ୍ଖଳା ସାରା ରାଜ୍ୟରେ ଭଷୁଡ଼ି ପଡିଛି। କେଉଁଠି ଟେଣ୍ଡର ଫିକ୍ସ ତ କେଉଁଠି ଚୋରା ବାଲି o ମଦକୁ ନେଇ କଥା କଥାକେ ଅପରାଧତତ୍ତ୍ୱ ମାନଙ୍କ ମାଉଜର କଥା କହୁଛି। ପୋଲିସ ନାଚାର ଭାବେ ଜଳକା ସାଜିଛି। ଯେତେ ସବୁ ହତ୍ୟାକାଣ୍ଡ ଘଟୁଛି। ତାହାକୁ ପୂର୍ବ ଶତ୍ରୁତା ଦର୍ଶା ଯାଉଥିବା କାରଣ ରୁ ଜିଲ୍ଲାରେ ମାଳ ମାଳ ମାଉଜର ଆସୁଛି କେଉଁଠି ତାହାର ତର୍ଜମା ପୋଲିସ ଖୋଜି ପାରୁ ନାହିଁ। ନିସର୍ତ୍ତ ରେ ଗତ କାଲି ସୁରତ ରୁ ବହୁ ଦାଦନ ଶ୍ରମିକଦଣ୍ଡ ନାଚ ପାଇଁ ଗଞ୍ଜାମ କୁ ଆସିଥିବା ଯୋଗୁଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଥିବା ଖବର ପ୍ରକାଶ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ କଥା କଥା କେ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ସାଙ୍ଗକୁ ମାଉଜର ରେ ଗୁଳି ଫୁଟାଇବା ଏକ ନିତିଦିନିଆ ଘଟଣା ହେଲାଣି। ପୂର୍ବରୁ ମଦ ପାଇଁ ମୁଣ୍ଡ ଗଡୁଥିବାର ନଜିର ରହିଛି। ଏବେ ଏରିଆ ବଣ୍ଟନକୁ ନେଇ ଚୋରା ବାଲି, ଟେଣ୍ଡର ଫିକ୍ସ ପାଇଁ ମୁଣ୍ଡ ଗଡ଼ିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସମସ୍ତ ହତ୍ୟା କାଣ୍ଡ ପଛରେ କେଉଁ ନା କେଉଁ ରାଜନୈତିକ ଦଳର ପରକ୍ଷ ଓ ପ୍ରତେକ୍ଷ୍ୟ ଭାବେ ହାତ ରହୁଥିବା ଚର୍ଚ୍ଚା ହୋଇ ଆସୁଛି। ଏଠାରେ ସୂଚନା ଥାଉକି ଜିଲ୍ଲାରେ ଏବେ ମାଳ ମାଳ ମାଉଜର କିନ୍ତୁ ନବଦାସ ହତ୍ୟା ପରେ ବର୍ତ୍ତମାନ ପୋଲିସ ହାତ ଖାଲି ରହିଛି ବିନା ଅସ୍ତ୍ର ରେ ପୋଲିସ ବି କିପରି ଆଇନ ଶୃଙ୍ଖଳା ସଜାଡିବେ ଏହାକୁ ନେଇ ବି ଅନେକ ପ୍ରଶ୍ନ ଉଠୁଛି ଏହାର ଫାଇଦା ନେଉଛନ୍ତି ମାଫିଆ l ପୁଣି ଆଗକୁ ଅଛି ପଂଚାୟତ ନିର୍ବାଚନ ଜଦି ଏହି ଧାରା ଚାଲୁ ରହେ ତେବେ ଅନେକ ମୁଣ୍ଡ ଗଡ଼ିବା ସମ୍ଭାବନା l ବର୍ତ୍ତମାନ ଦଣ୍ଡନାଚ ପୁଣି ବ୍ରହ୍ମପୁର ବଡ଼ ଯାତ୍ରା ତେଣୁ ପୋଲିସ ପାଇଁ ବଡ଼ ଚ୍ୟାଲେଞ ସୃଷ୍ଟି କରିବ l

Leave A Reply

Your email address will not be published.