ଭ୍ରମରବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପିଏମଶ୍ରୀ ବାର୍ଷିକ ଉତ୍ସବ ପାଳନ

ରାଇକିଆ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମପ୍ରକାଶ ପାତ୍ରଙ୍କ ତତ୍ଵାବଧାନରେ ପ୍ରଥମ ପିଏମ ଶ୍ରୀ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଅବସରରେ ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳା ଚନ୍ଦ୍ର ନାୟକ , ମୁଖ୍ୟ ବକ୍ତା ଭାବେ ଦାରିଙ୍ଗବାଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବନମାଳୀ ମାଝୀ , ସମ୍ମାନିତ ଅତିଥିଭାବେ ଭ୍ରମରବାଡି ସରପଞ୍ଚ ନରୋତ୍ତମ ପ୍ରଧାନ, ଭ୍ରମରବାଡି ସମିତିସଭ୍ୟା ମିତା ପ୍ରଧାନ, ଭ୍ରମରବାଡି କ୍ଲଷ୍ଟର ସିଆରସିସି ଗୁପ୍ତେଶ୍ଵର ପଣ୍ଡା, ପୂର୍ବତନ ସିଆରସିସି ଜଳେନ୍ଦ୍ର ଦିଗାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୀଷ୍ମଚରଣ ପୂଜାରୀ, ପଞ୍ଚସଖା ଶିକ୍ଷାସେତୁ ସଭାପତି ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ଛାତ୍ରଛାତ୍ରୀ ମାନେ ଈର୍ଷା ତ୍ୟାଗ କରି ଗୁରୁଜନଙ୍କୁ ଉଚିତ ସଂମ୍ମାନ ଦେଇ ନିଜକୁ ଲକ୍ଷ୍ୟକୁ ସଫଳ କରିବା ପାଇଁ ଉଚିତ ପରିଶ୍ରମ କରି ଛାତ୍ର ଜୀବନ ଶୃଙ୍ଖଳିତ କରି ଭବିଷ୍ୟତ ଗଡିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଶିକ୍ଷା, କ୍ରିଡା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ । ସହକାରୀ ଶିକ୍ଷକ ରାଜକିରଣ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ଶିକ୍ଷୟତ୍ରୀ କେତକି କହଁର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଉକ୍ତ ଉତ୍ସବଟିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମିଶି ପରିଚାଳନା କରିଥିଲେ । କ୍ରିଡା ଶିକ୍ଷକ ସନ୍ତୋଷ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.