କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା

add-all

ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଆଲୋଚନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସାମ୍ବାଦିକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରତିମା ବେହେରା ଓ ଶିକ୍ଷୟିତ୍ରୀ ମାନସୀ ପେଣ୍ଠେଇ ସମସ୍ତ ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ, ଯୋଗ ଓ ପରିମଳ ବିଷୟରେ ସଚେତନତା କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଚନ୍ଦ୍ର ଶେଖର ପାତ୍ର, ନଳିନୀ କୁମାର ସେଠି, ଉମେଶ ଚନ୍ଦ୍ର ପ୍ରଧାନ, ନୀତିଶ କୁମାର ମହାନ୍ତ, ନିରେଶ ମହାନ୍ତ, ସୌରଭ ମହାନ୍ତ, ୟଙ୍ଗ ଚାନ୍ଦ ଓଝା, ରୋକ୍କୀଜନି ମିଞ୍ଜ, ଜୟରାମ ମହାନ୍ତ, ଶିକ୍ଷୟିତ୍ରୀ ଅମ୍ରିତା ମହାରଣା, ବସନ୍ତ ମଞ୍ଜରୀ ପ୍ରଧାନ, କୁମାରୀ ସୁଷମା, ଗୀତା ମୁଣ୍ଡା, ସୁଜାତା ମହାନ୍ତି, ସବିତା ପ୍ରଧାନ, ମିନା ରାଣୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.