
ବଣାଇ : ବଣାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଖଡ଼ି ଛୁଆଁ ପର୍ବ ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେଙ୍କ କରକମଳରେ ଉଦଘାଟନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ, ସରପଞ୍ଚ ନମିତା ନାଗ, କେନ୍ଦ୍ରିକଳା ସରପଞ୍ଚ ଉଗ୍ରେସନ କିସାନ, ଜ଼ିଲ୍ଲା ପରିଷଦ ସଭ୍ୟ ରାମ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ରାହାସ ବିହାରୀ ପ୍ରଧାନ, ବିଧାୟକ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ, ସମାଜ ସେବୀ ବିଲୁ ମହାନ୍ତି ଯୋଗ ଦେଇ ଦ୍ବୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ l ଏହି ଅବସରରେ 5 ଜଣ ଛାତ୍ର ଛାତ୍ରୀଙ୍କୁ ଉପ ଜିଲ୍ଲାପାଳ ଖଡ଼ି ଛୁଆଁଇ ମିଷ୍ଟାନ ଖୁଆଇଥିଲେ l
ଏହି ଖଡ଼ିଛୁଆଁ ପର୍ବ ପାଞ୍ଚ ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଚାର ଗାଡିକୁ ସବୁଜ ପତାକା ଧରି ପ୍ରଚାର ନିମନ୍ତେ ଛାଡିଥିଲେ l ବଣାଇ ବ୍ଲକର 13 ଟି ପଞ୍ଚାୟତକୁ ପରି ଭ୍ରମଣ କରିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାବୁରାମ ମହାନ୍ତ, ଏମଆଇଏସ ମାନସ ରଞ୍ଜନ ପଟେଲ, ସିଆରସିସି ଶତ୍ରୁଘନ ରାଉତ ସମେତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ସିଆରସିସି ଚତୁର୍ଭୁଜ ପାତ୍ର ଓ ଫକୀର ମୋହନ କୈବର୍ତ୍ତ ପରିଚାଳନା କରିଥିଲେ l