ଓଡିଆ ପକ୍ଷ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ

add-all

ରାଈକିଆ : ସାରା ରାଜ୍ୟ ପାଳୁଛି ଓଡିଆ ପକ୍ଷ । ଉକ୍ତ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଅଞ୍ଚଳରେ ୧ ଏପ୍ରିଲ ଠାରୁ ଆରମ୍ଭ ହୋଇ ଓଡିଆ ନବବର୍ଷ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲୁରହିବ । ଆଜି ଐତିହ ଏବଂ ଦେବସ୍ଥଳୀ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ କାର୍ଯ୍ୟକ୍ରମରେ ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଏବିଡ଼ିଓ ଦିବ୍ୟସିଂହ କହଁର, ନାଏବ ସରପଞ୍ଚ ନିଥାଇଲ ନାୟକ, ଜିପିଓ ସଂଗୀତା ନାୟକ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ, ଜୟଦେବ ପ୍ରଧାନ, ରାଜ କିଶୋର ପରିଚ୍ଛା ଏବଂ ଓଏଲଏମ ସଦସ୍ୟାମାନେ ମିଶି ରାଇକିଆ ସ୍ଥିତ ବିଶ୍ଵେଶ୍ଵର ଶିବ ମନ୍ଦିର ପରିସର ସଫେଇ କରିବା ସହ ପରିବେଶ ସ୍ଵଚ୍ଛ ରଖିବା ନେଇ ସଚେତନ କରିଥିଲେ । ସେହିପରି ସୁଗୁଡାବାଡି ପଞ୍ଚାୟତ ତରଫରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ଵରେ ଅଞ୍ଚଳର ବିଭିନ୍ନ ଧାର୍ମିକ ସ୍ଥଳ ସଫେଇ କରାଯାଇଥିଲା ।

ad-week
Leave A Reply

Your email address will not be published.