ରାମ ନବମୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

add-all

ରାଈକିଆ : ପବିତ୍ର ରାମ ନବମୀ ଅବସରରେ କନ୍ଧମାଳ ଜିଲ୍ଲା ରାଈକିଆ ବ୍ଲକ ହିନ୍ଦୁ ଯୁବକ ସଂଘ ତରଫରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୦୦ ରୁ ଉର୍ଦ୍ଧ ବାଇକରେ ୨୦୦ ଯୁବକ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ରାଈକିଆ ଶିବ ମନ୍ଦିର ଠାରୁ ଅପରାହ୍ନ ୪ ଘଟିକାରୁ ଆରମ୍ଭ ହୋଇ ବେରେଡାକିଆ ଛକ ଦେଇ ଡଡିଙ୍ଗିଆ, ମୁସୁମାହା, ରାଈକିଆ ମୁଖ୍ୟ ସଦର ବଜାର ଦେଇ ମଣ୍ଡାକିଆ ଠାରେ ପହଞ୍ଚଥିଲା। ସମସ୍ତେ ପୁଷ୍ପଗିରି ରାମ ମନ୍ଦିର ଠାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ଲାଭ କରିଥିଲେ ପରେ ଶୋଭାଯାତ୍ରା ରାଈକିଆ ମୁଖ୍ୟ ସଦର ବଜାର ବସ ଷ୍ଟାଣ୍ଡ ଠାରେ ପହଞ୍ଚିବା ପରେ ଶୋଭାଯାତ୍ରା ସମାପନ ହୋଇଥିଲା । ଶାନ୍ତି, ମୈତ୍ରୀ ଓ ଭାଇଚାରାର ର ବାର୍ତ୍ତା ସହ ଜୟ ଶ୍ରୀରାମରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା । ବିଭିନ୍ନ ସ୍ଥାନରେ ଗ୍ରାମବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିବା ଯୁବକ ମାନଙ୍କୁ ସ୍ୱାଗତ କରିଥିଲେ ।

ad-week
Leave A Reply

Your email address will not be published.