ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଅଘଟଣ, ବିଷପିଇ ଗୋଟିଏ ପରିବାରର ମା, ଝିଅ, ପୁଅ ର ମୃତ୍ୟୁ..

ଛତ୍ରପୁର : ଗଞ୍ଜାମ ଥାନା ପାଳିବନ୍ଧ ପାଞ୍ଚାୟତ ପାଳିବନ୍ଧ ଗାଁ ରେ ଘଟିଛି ଅଘଟଣ l ଗୋଟିଏ ପରିବାର ର ମା, ଝିଅ ଏବଂ ପୁଅର ମୃତ୍ୟ ଘଟିଛି l ସମସ୍ତଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି l ମୃତ ମାନେ ହେଲେ ଏସ ମାମି ରେଡି 45,ମା,ଏସ ରାକେଶ ରେଡି 23ପୁଅ,,ଏସ ମୀନା ରେଡି 16ଝିଅ ବୋଲି ଜଣାପଡିଛି l ବିଷ ପିଇ ଥିବା ସନ୍ଦେହ କରାଯାଉଛି l ପୂର୍ବରୁ ସ୍ୱାମୀ ରବି ରେଡି ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲା l ପୁଅ ଆଇ ଟି ଆଇ କରିଥିବା ବେଳେ ଝିଅଟି +2ପଢୁଛି l ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପରିବାର ଙ୍କ ଘରକୁ ସେହି ଗାଁ ର ଜଣେ ବ୍ୟକ୍ତି ଆଜି ମଜୁରୀ ଖଟିବା ପାଇଁ କହିବାକୁ ଯାଇଥିଲା l କବାଟଖୋଲି ଦେଖିଲା ବେଳେ ସମସ୍ତେ ପାଟିରେ ଫେମ୍ପର କାଢି ଆଚେତ ଅବସ୍ଥାରେ ପଡିଛନ୍ତି l ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଲା ପରେ 108ଯୋଗେ ବ୍ରହ୍ମପୁର ମେଡିକାଲ କୁ ନିଆଯାଇଥିଲା l ଚିକତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁର କାରଣ ଅଶ୍ୱଷ୍ଟ ରହିଛି l ଆର୍ଥକ ଅଭାବ ହୁଏତ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି,ପୋଲିସ ଅନୁସନ୍ଧାନ ଜାରି ରଖିଛି l

nis-ad
Leave A Reply

Your email address will not be published.