ଉମରକୋଟଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକାମିଶନ ଯୋଜନାରେ ଆଦିବାସୀ ଯୁବ ଉଦ୍ୟୋଗୀ ଙ୍କୁ ସହାୟତା ପ୍ରଦାନ

newyr25

ଉମରକୋଟ : ଆଜି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବରଙ୍ଗପୁର ଦ୍ୱାରା ବ୍ଲକ କୃଷି କାର୍ଯ୍ୟାଳୟ ଉମରକୋଟ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ପମ୍ପସେଟ, ସିଞ୍ଚନ ଯନ୍ତ୍ର ବଣ୍ଟନ ଏବଂ ଆଦିବାସୀ ଯୁବ ଉଦ୍ୟୋଗୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏଥିରେ ଉମରକୋଟ, ରାଇଘର, ଝରୀଗାଁ ଓ ଚନ୍ଦାହାଣ୍ଡି ବ୍ଲକର 130 ଜଣ ଆଦିବାସୀ ହିତାଧିକାରୀ ଙ୍କୁ ପମ୍ପସେଟ, ଦଶଟି ବ୍ଲକ ର 970 ଜଣଙ୍କୁ ସ୍ପ୍ରେଏର ଯନ୍ତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାର 5 ଜଣ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ବ୍ୟବସାୟ ନିମନ୍ତେ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଅଲେଖ ମହିମା ସ୍ୱୟଂ ସହାୟକ ଗୋଷ୍ଠୀ, ଉମରକୋଟ ବ୍ଲକ କୁ ଛେଳିଚାଷ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଅତିଥି ରୂପେ ଲୋକସଭା ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନର୍ସିଙ୍ଗ ଭତରା, ଜିଲ୍ଲାପରିଷଦ ଉପସଭାପତି ଲିପିକା ବରୋଇ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ପାଢ଼ୀ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପିଏ ଆଇଟିଡିଏ ରାଜୀବ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ଗୋବିନ୍ଦ କୁମାର ପରିଚାଳନା କରିଥିଲେ।

Leave A Reply

Your email address will not be published.