ସତିଗୁଡା ଜଳଭଣ୍ଡାରରେ ୫୪ ହଜାରରୁ ଊର୍ଦ୍ଧ୍ଵ ଉନ୍ନତ ମାନର ଚିଙ୍ଗୁଡ଼ି ଯାଁଳା ଛାଡିଲା ମତ୍ସ୍ୟ ବିଭାଗ

add-all

ମାଲକାନଗିରି : ମତ୍ସ୍ୟଜୀବୀମାନଙ୍କ ରୋଜଗାର ବୃଦ୍ଧି ନିମନ୍ତେ ସତିଗୁଡା ଜଳ ଭଣ୍ଡାରରେ ୫୪ ହଜାରରୁ ଊର୍ଦ୍ଧ୍ଵ ଉନ୍ନତ ମାନର ଚିଙ୍ଗୁଡ଼ି ଯାଁଳା ଛଡା ଯାଇଛି। ଜିଲ୍ଲା ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ସତିଗୁଡା ଜଳ ଭଣ୍ଡାରରେ ଏହି ଚିଙ୍ଗୁଡି ଯାଁଳା ଗୁଡିକ ଛଡ଼ାଯାଇଛି। ଏମ ଏମ କେ ୱାଇ ଯୋଜନା ମଧ୍ୟମରେ ଏହି ଯାଁଳା ଗୁଡିକ ଛଡା ଯାଇଥିବା ବେଳେ ଜିଲ୍ଲାର ମାଥିଲି ବ୍ଲକରେ ଥିବା ରେଣୁ ଫିସ ଫାର୍ମ ପକ୍ଷରୁ ଏହି ଉନ୍ନତ ମାନର ଚିଙ୍ଗୁଡି ଯୋଗାଇ ଦିଆଯାଇଛି। ପୂର୍ବରୁ ଜିଲ୍ଲାର ଚିତ୍ରକୋଣ୍ଡାଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ମଧ୍ୟ ଏହି ସମାନ ପ୍ରକାରର ଚିଙ୍ଗୁଡି ଯାଁଳା ଛଡା ଯାଇଛି। ତେବେ ଏହି ଉନ୍ନତ ମାନର ଚିଙ୍ଗୁଡିର ବିଶେଶ୍ଵତ ହେଉଛି ଏହା ଖୁବ କମ ସାମୀ ମଧ୍ୟରେ ବହୁତ ଅଧିକ ଓଜନର ହୋଇଯାଏ। ଯାହା ଫଳରେ ମତ୍ସ୍ୟଜୀବୀ ମାନେ ଅଧିକ ଲାଭବାନ ହେବା ଆସା ରହିଛି।

ଏହି ଚିଙ୍ଗୁଡିର ଓଜନ ପ୍ରତି ବଜାର ଦରଦାମ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ଵ ରହିଥିବା ବେଳେ ମତ୍ସ୍ୟଜୀବିମାନେ ମାଛ ଅପେକ୍ଷା ଏଥିରେ ଅଧିକ ଲାଭବାନ ହୋଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବି ମାନେ ଏହି ଯାଁଳା ଛଡାଯିବା ପରେ ବେସ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ, ଏଏଫଓ ମୁକେଶ ମାଝି, ମନୋଜ କୁମାର ଜେନା, ଆଇସିଏସ ସଂଗ୍ରାମ କେସରୀ ବିଶ୍ଵାଳ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.