୧୫ ବର୍ଷରୁ କମ ସିଏମ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ ୨୦୨୫ ଉଦଘାଟିତ

add-all

ମାଲକାନଗିରି : ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆଜି ୧୫ ବର୍ଷରୁ କମ ସି.ଏମ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟନସିପ ୨୦୨୫ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ଏହାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ଭରପ୍ରାପ୍ତ କ୍ରୀଡା ଅଧିକାରୀ ଯୋଗେଶ୍ୱର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି, ସାଂସଦ ପ୍ରତିନିଧି ବିଜୟ ମହାରଣା, ଜିଲ୍ଲା ଆଥଲେଟିକ ଆସୋସିଏସନ ସମ୍ପାଦକ ରାମହରି ପଣ୍ଡା ଓ କୋଷାଧ୍ୟକ୍ଷ ଏସ. ପ୍ରସାଦ ରାଓ ଯୋଗ ଦେଇ ଯୁବ ପ୍ରତିଭା ଅନ୍ୱେଷଣ ସହ କ୍ରୀଡ଼ାବିତମାନଙ୍କୁ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବା ପାଇଁ ଏକ ମାଧ୍ୟମ ବୋଲି ପ୍ରକାଶ କହିଛନ୍ତି। ଆଜିର ଉଦଘାଟନୀ ମ୍ୟାଚ କୁଡୁମୁଲୁଗୁମ୍ମା ମା ଭୈରବୀ ସ୍ପୋର୍ଟିଂ କ୍ଳବ ଓ ମାଥିଲି ଆଥଲେଟିକ ଆସୋସିଏସନ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ କରିବାରେ ସକ୍ଷମ ହୋଇନଥିବାରୁ ମ୍ୟାଚ ଡ୍ର ହୋଇଥିଲା। ଏଥିରେ ଜିଲ୍ଲାର ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବ।

ad-week
Leave A Reply

Your email address will not be published.