ମାଲକାନଗିରି ବହୁମୁଖୀ ନରେଗା କାର୍ଯ୍ୟରେ ମହା ଦୁର୍ନୀତି, ଯାହା ଏବେ ବାଟ ରୁ ଯାଇ ହାଟରେ ଗଡୁଛି …

add-all

ମାଲକାନଗିରି/ କାଲିମେଳା : ମାଲକାନଗିରି ଜିଲ୍ଲାରେ ବହୁମୁଖୀ ନରେଗା କାର୍ଯ୍ୟରେ ଟପୁଛି ଦୁର୍ନୀତି ର ସୀମା । ଏହିଭଳି ଏକ ଘଟଣା ଦେଖିବାକୁ ମଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜେଙ୍ଗିୱାଡା ପଞ୍ଚାୟତ ରେ । ସରକାରଙ୍କ ବହୁମୁଖୀ ଜନ କଲ୍ୟାଣ ଯୋଜନା ବା ଗ୍ରାମବାସୀ ତଥା ଶ୍ରମିକ ଙ୍କୁ ରୋଜଗାର ଦେବାପାଇଁ ଭାରତ ସରକାରଙ୍କ ମନରେଗା ସର୍ବକୃଷ୍ଟ ହୋଇଥବା ବେଳେ ଏହାକୁ କିଭଳି ଭାବେ ଫାଙ୍କି ଅର୍ଥ ବାଟମାରଣା ହେଉଛି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏହି ଭେଜେଙ୍ଗିୱାଡା ପଂଚାୟତରେ । ଏହି ପଂଚାୟତରେ ନିର୍ମିତ ହୋଇଥିବା ମାଟି ରାସ୍ତା ଭେଜାଙ୍ଗିୱାଡା ଠାରୁ ତଳସାହି ନିର୍ମାଣ ଶ୍ରମିକଙ୍କ ଦ୍ଵାରା ହେବାକୁ ଥିବା ବେଳେ ଏହାର ନିର୍ମାଣ ସମୟରେ ନରେଗା ପୋର୍ଟାଲରେ ଅନଲାଇନ ମାଧ୍ୟମରେ NMS ରେ ଅପ ଲୋଡ଼ ହେବା ନିୟମ ରହିଥିବା ବେଳେ ଏହି ଜାଲିଆତି କରି ଶ୍ରମିକଙ୍କ ବଦଳରେ କାର୍ଟୁନ ଫୋଟୋ ଅପ ଲୋଡ଼ ହୋଇଥିବା ଦେଖିବାକୁ ମିଳିଛି ।ଏ ବାବଦରେ ବିଭାଗୀୟ ଅଧିକାରୀ APO ଭକ୍ତ ସେଠି ଙ୍କୁ ଫୋଟୋ ଅପ ଲୋଡ଼ ବାବଦରେ ପଚାରିବାରୁ ସେ ଉକ୍ତ କାର୍ଯ୍ୟ ରେ ନିୟୋଜିତ ମେଟଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଏଠି କହିବା ବାହୁଲ୍ୟ ଯେ କିଭଳି ଭାବେ ଉପରସ୍ଥ ଅଧିକାରୀ ଏହାକୁ ଅଣଦେଖା କରି ଡିମାଣ୍ଡ ଦେଇ ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ସରକାରୀ ଅର୍ଥ ହରିଲୁଟ ରେ ଉପରସ୍ଥ ଅଧିକାରୀଙ୍କ ହାତ ରହିଥିବା ଭଳି ମନେ ହେଉଛି । କାଲିମେଳା ବ୍ଲକ ଦିନକୁ ଦିନ ଦୁର୍ନୀତିର ଗନ୍ତାଘର ଭାବେ ସାଧାରଣ ରେ ଚିତ୍ରିତ ହେଉଥିବା ବେଳେ ଭାତ ହାଣ୍ଡିରୁ ଏହା ଗୋଟିଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି । ପ୍ରସାସାନିକ ସ୍ଥରରେ ଏହାର ତଦନ୍ତ କରାଗଲେ ଏହିଭଳି ଅନେକ ହରିଲୁଟର ପର୍ଦା ଫାସ ହୋଇପାରିବ ।

ad-week
Leave A Reply

Your email address will not be published.