ନୟାଗଡ଼: ଓଡ଼ଗାଁ ଥାନା ଏନଏସି ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାର ବୟାନ ରେକର୍ଡ କରାଯାଇଛି । ଗିରଫ ଯୁବକ ଜଣକ ନିକଟସ୍ଥ ସାକେରି ଗ୍ରାମର ମାନସ ପ୍ରଧାନ(୨୧) । ଗତ ୭ ତାରିଖ ଦିନ ମାନସ ଉକ୍ତ ନାବାଳିକାଙ୍କୁ ଓଡ଼ଗାଁ ସିନେମା ହଲ ଛକ ନିକଟସ୍ଥ ଏକ ସ୍ଥାନକୁ ଡାକିଥିଲେ । ସେଠାରୁ ଫେରି ରାତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ପରେ ନାବାଳିକାକୁ ଏକୁଟିଆ ଛାଡି ମାନସ କେଉଁଆଡେ ଚାଲିଯାଇଥିଲା । ନାବାଳିକା ଜଣକ ଘରକୁ ଫେରି ତାଙ୍କର ମା’ ଏନେଇ ୮ ତାରିଖରେ ଓଡ଼ଗାଁ ଥାନା ରେ ଅଭିଯୋଗ କରିଥିଲେ ।ଓଡ଼ଗାଁ ପୋଲିସ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
