ରାଇକିଆରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ

ରାଇକିଆ : ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁକ୍ରବାର ଲୋକାର୍ପଣ ହୋଇଯାଇଅଛି । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଅଛି । ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳବାସୀ ସିଧାସଳଖ ଦେଖିବା ଓ ଜାଣିବା ପାଇଁ ବ୍ୟବସ୍ଥା ତିନୋଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୁଗୁଡବାଡି ସରକାରୀ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ରାଇକିଆ ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ରାଇକିଆ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀନିବାସ ପାତ୍ର, କନ୍ଧମାଳ ସାଂସଦ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ରାଇକିଆ ବିଜେପି ସଭାପତି ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଯୋଗାଣ ନିରିକ୍ଷକ କିରଣ ବେହେରା, ରାଇକିଆ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ଊର୍ମିଳା ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ପ୍ରଧାନ, ହରପ୍ରସାଦ ମୁନି, ପ୍ରିୟଙ୍କା ସାହୁ ପରିଚାଳନା କରିଥିଲେ। ବାଦଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କହଁର , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡା , ରାଇକିଆ ବ୍ଲକ ପ୍ରୋଗ୍ରାମ କୋଡିନେଟର କମଳ ପ୍ରସାଦ ନାୟକ ଏବଂ ଇନ୍ଦ୍ରଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏପିଓ ସମୀର କୁମାର ଦାସ , ଯନ୍ତ୍ରୀ ବିକାଶ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲାବେଳେ ସାହାରା ସ୍ଵେଛାସେବୀ ଅନୁଷ୍ଠାନ ସଂପାଦକ ସୁକାନ୍ତ ନାୟକଙ୍କ ସମେତ ଅନ୍ୟ ପଞ୍ଚାୟତ ବ୍ଲକ କମ୍ରଚାରୀ ମିଶି ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ଵାସ୍ଥ୍ୟ ବୀମା କାର୍ଡ ୩ ମାସ ମଧ୍ୟରେ ବିନା ଖର୍ଚ୍ଚରେ ଘରେ ପହଞ୍ଚାଯିବ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.