ଆୟୁଷ୍ମାନ ଭାରତ ଏକକ କାର୍ଡ ବିତରଣ ଶୁଭାରମ୍ଭ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧିନସ୍ତ ଆଜି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର କୁଆଁରମୁଣ୍ଡା ଖ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର ଓ ରାଏବଗା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିକାଶ କୁମାର ବେକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଧନା ଯୋଜନା ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ନନ୍ଦକିଶୋର ପ୍ରସାଦ ଓ କେଦାରନାଥ ଚୌଧୁରୀ ଯୋଗ ଦେଇଥିଲେ । ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ରାଜେନ୍ଦ୍ର କୁଜୁର ନିଜ ବକ୍ତବ୍ୟରେ ରାଜ୍ୟ ସରକାର ସଦା ସର୍ବଦା ରାଜ୍ୟର ଅଧିବାସୀମାନଙ୍କ ପାଇଁ ସମ୍ପୂର୍ଣ ଦେୟମୁକ୍ତ ସ୍ବାସ୍ଥ୍ୟ ସେବାପାଇଁ ଦାୟିତ୍ବବାନ ଅଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ଏହି ଆୟୁଷ୍ମାନ ଯୋଜନା ସ୍ୱାସ୍ଥ ସେବାକୁ ଆଉ ଏକ ପାଦ ଆଗକୁ ନେବ । ଲୋକେ ସମ୍ପୂର୍ଣ ମାଗଣା ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି କହିଥିଲେ । ହିତାଧିକାରୀ ମାନଙ୍କୁ ଏହି ଏକକ କାର୍ଡ ତାଙ୍କ ଘରେ ନେଇ ଦିଆଯିବ ଓ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ । ରାଏବଗା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୧୦୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ବେଳେ ବ୍ଲକର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ କାର୍ଯ୍ୟକ୍ରମରେ ଆସି ଯୋଡ଼ିହେଇଛନ୍ତି । ଆଜି ପ୍ରତ୍ୟେକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୧୦ ଟି ଆୟୁଷ୍ମାନ କାର୍ଡ ହିତାଧିାରୀଙ୍କୁ ମଞ୍ଚରେ ମୁଖ୍ୟ ଅତିଥି କାର୍ଡ ପ୍ରଦାନ କରିଥିଲେ ।

ପର୍ଯ୍ୟାୟ କ୍ରମେ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯିବ । ଜନସେବା କେନ୍ଦ୍ର ଗୁଡ଼ିକ ସମ୍ପୁକ୍ତ ଅଞ୍ଚଳର ଆଶାକର୍ମୀ, ବହୁମୁଖି ଜନସ୍ବାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଏହା ସହିତ ସାରା ଦେଶରେ ୩୦୦୦୦ ଘରୋଇ ଏବଂ ସରକାରୀ ହସ୍ପିଟାଲ ଏହି ଯୋଜନାରେ ତାଲିକାଭୁକ୍ତ ଅଛନ୍ତି ସେଭଳି ଆୟୁଷ୍ମାନ ବାୟୋ ବନ୍ଧାନା ଯୋଜନା କାର୍ଡ ରେ ୭୦ ବର୍ଷରୁ ଉର୍ଦ୍ଧ ବୟସ୍କ ଙ୍କୁ ଅନ୍ତର୍ଭୁକ୍ତ କରି ୭ ଦିନ ମଧ୍ୟରେ ନିଜ ଘରେ ଏହି କାର୍ଡ ବିତରଣ କରାଯିବ । ହିତାଧିକାରୀଙ୍କ ସ୍ବାସ୍ଥ୍ୟ ସେବା ସୁଚନାର୍ଥେ ଟୋଲଫ୍ରି ନମ୍ବର ୧୦୪ ଏବଂ ହେଲ୍ପ ଲାଇନ ନମ୍ବର ୧୪୫୫୫ଉପଲବ୍ଧ ରହିଛି । ଏହି କାର୍ଯ୍ୟକ୍ରମକୁ କଟକ ସ୍ଥିତ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ସିଧାପ୍ରସାରଣକୁ ସମସ୍ତେ ଦେଖିଥିଲେ ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକର ବୁଦ୍ଧିଜୀବୀ, ସାମ୍ବାଦିକ, ଯୋଜନାର ହିତାଧିକାରୀ ଓ ପ୍ରଶାସନିକ ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.