ଅବକାରୀ ବିଭାଗକୁ ସଫଳତା ଗଞ୍ଜେଇ ସହ ଅଟୋ ଜବତ

add-all

ମାଲକାନଗିରି : ରବିବାର ଦିନ ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ଥାନା ର କର୍ମଚାରୀ ମାନେ ପେଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଗୋଟିଏ ଅଟୋ ରୁ ୧୦୦ କେଜି ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା l ଏହି ମାମଲା ରେ ଅଟୋର ଡ୍ରାଇଭର ତଥା ମାଲିକ ପ୍ରଶାନ୍ତ ଖରା ଗ୍ରାମ- ନିଲାପାର ଥାନା ଚିତ୍ରକୋଣ୍ଡା କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହି ମାମଲା ରେ ଆଉ କେଉଁ କେଉଁ ବ୍ୟକ୍ତି ସାମିଲ ଅଛନ୍ତି ତାକୁ ଚିହ୍ନଟ କରି ତାଙ୍କ ଵିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଆଇସି ଅମିୟ କୁମାର ଖଞ୍ଜା କୁ ନିର୍ଦ୍ଦେଶ ଦିଆ ହେଇଛି।ଏହି ପେଟ୍ରୋଲିଂ ଡ୍ୟୁଟି ସମୟ ରେ SI ଅମିୟ କୁମାର ଖଞ୍ଜା,ASI ଜେମେସ ମାଲଖମ୍ ସାହୁ,କନେଷ୍ଟବଳ ଆନନ୍ଦ ପ୍ରଧାନ, ବିପୁଲ ଶେଖର ଯୋଦ୍ଧର, ପବିତ୍ର ଭତ୍ର। ପ୍ରଭୁତି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.